Mon. Jul 27th, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ବଢ଼ାଇବାକୁ ଅନୁରୋଧ କଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

218 Views

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ସଂଖ୍ୟା ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ।ଏହି ଚିଠିରେ ସେ ସମ୍ବିଧାନରେ ସଂଶୋଧନ କରି ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ୬୨ ବର୍ଷ ରୁ ୬୫ ବର୍ଷକୁ ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି ।

ସୁପ୍ରିମକୋର୍ଟ ସମେତ ଦେଶର ବିଭିନ୍ନ ନ୍ୟାୟାଳୟଗୁଡିକରେ ପ୍ରାୟ ୪୩ ଲକ୍ଷ ମାମଲା ପଡିରହିଛି । ଏଗୁଡିକର ଶୁଣାଣି କରିବା ପାଇଁ ବିଚାରପତିଙ୍କ ଅଭାବ ରହିଥିବା ଦର୍ଶାଇଛନ୍ତି ମୁଖ୍ୟ ବିଚାରପତି । ପ୍ରଧାନମନ୍ତ୍ରୀଙ୍କୁ ଦୁଇଟି ଚିଠି ଲେଖି ସମ୍ବିଧାନ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଦେଶର ହାଇକୋର୍ଟ ଗୁଡିକରେ ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି କରିବାକୁ ମଧ୍ୟ ସୁପାରିଶ କରିଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ ।

ସୁପ୍ରିମକୋର୍ଟରେ ଏବେ ବିଚାରପତିଙ୍କ ସଂଖ୍ୟା ୩୧ରେ ସୀମିତ ରହିଛି । ସମ୍ବିଧାନର ଧାରା ୧୨୮ ଓ ୨୨୪-ଏରେ ଥିବା ପ୍ରାବଧାନ ଅନୁଯାୟୀ ଅବସରପ୍ରାପ୍ତ ବିଚାରପତିମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ମଧ୍ୟ ନିଯୁକ୍ତ କରି ବିଚାର ପ୍ରକ୍ରିୟା ତ୍ୱରିତ କରିବାକୁ ସେ ଚିଠିରେ ଲେଖିଛନ୍ତି ।

By amfnews

Related Post