Tue. Oct 6th, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ରେ ଏହି ଅଭିନେତ୍ରୀ ହେବେ ଯଶୋଦା ବେନ୍‌

343 Views

ମୁମ୍ବାଇ: ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ନିର୍ମିତ ବାୟୋପିକ୍‌ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଏବଂ ଶିବସେନାର ପ୍ରତିଷ୍ଠାତା ବାଲ ଠାକ୍‌ରେଙ୍କ ଜୀବନୀ ଆଧାରିତ ହିନ୍ଦୀ ସିନେମା ‘ଠାକ୍‌ରେ’ ମୁକ୍ତିଲାଭ କରିଥିଲା। ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ବି ରିଲିଜ୍‌ ଅପେକ୍ଷାରେ ରହିଛି।

ସମସ୍ତଙ୍କୁ ଜଣା ଯେ, ନରେନ୍ଦ୍ର ମୋଦୀ ଭୂମିକାରେ ଅଭିନୟ କରୁଛନ୍ତି ପ୍ରଖ୍ୟାତ ଅଭିନେତା ବିବେକ ଓବେରଏ। ହେଲେ ଏହି ସିନେମାରେ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦା ବେନ୍‌ ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରୁଛନ୍ତି, ତାହା ହୁଏତ ଆପଣମାନଙ୍କୁ ଜଣା ନ ଥିବ। ଏବେ ଖବର ମିଳିଛି ଜଣାଶୁଣା ଅଭିନେତ୍ରୀ ବରଖା ବିଷ୍ଟ୍‍ ଯଶୋଦା ବେନଙ୍କ ଚରିତ୍ର ନିଭାଉଛନ୍ତି। ଏ ସଂପର୍କରେ ବରଖା କହିଛନ୍ତି ଏହି ଫିଲ୍ମ ପାଇଁ ସେ ଅହମ୍ମଦାବାଦ୍‌ରେ ସୁଟିଂ କରିବେ। ଏହି ଭୂମିକା ନିଭାଇବା ପୂର୍ବରୁ ତାଙ୍କୁ ଖୁବ୍‌ ତାଙ୍କୁ ସଠିକ୍‌ ଗୁଜୁରାଟୀ ଭାଷା ବି ଶିଖିବାକୁ ପଡ଼ିଛି ବୋଲି ବରଖା କହିଛନ୍ତି। ଏହି ଫିଲ୍ମରେ କାମ କରିବାର ସୁଯୋଗ ପାଇଥିବାରୁ ସେ ଗର୍ବିତ ଅନୁଭବ କରିଛନ୍ତି ବୋଲି କହନ୍ତି ବରଖା ବିଷ୍ଟ୍‍।

By amfnews

Related Post