Fri. Oct 16th, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝିଆରୀଙ୍କ ଠାରୁ ଚୋରି ଘଟଣାରେ ଜଣେ ଗିରଫ

258 Views

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝିଆରୀଙ୍କ ଠାରୁ ଚୋରି ଘଟଣାରେ ସମ୍ପୃକ୍ତ ଅନ୍ୟତମ ସ୍କୁଟର୍‌ ଆରୋହୀ ଦୁର୍ବୃତ୍ତକୁ ରବିବାର ଦିନ ଗିରଫ କରାଯାଇଛି।

ଗିରଫ ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ୨୦ ବର୍ଷିୟ ଗୌରବ। ତାଙ୍କୁ ସୋନେପତ୍‌ ଠାରେ ଠାବ କରାଯାଇଥିଲା। ତାଙ୍କ ଠାରୁ ଦମୟନ୍ତୀଙ୍କ ଜିନିଷପତ୍ର ଉଦ୍ଧାର କରାଇଛି। ଦ୍ୱିତୀୟ ସନ୍ଦିଗ୍ଧଙ୍କୁ ଧରିବାକୁ ଉଦ୍ୟମ ଚାଲିଛି।

ଶନିବାର ଦିନ ନୂଆ ଦିଲ୍ଲୀରେ ଗୋଟାଏ ଅଟୋରିକ୍ସାରୁ ଓହ୍ଲାଉଥବା ସମୟରେ ଦୁଇ ଜଣ ବ୍ୟକ୍ତି ନଗଦ ୫୦ ହଜାର ଟଙ୍କା ଥିବା ଦମୟନ୍ତୀ ବେନ୍‌ଙ୍କ ପର୍ସ ଏବଂ ଧରିଥିବା ଦୁଇଟି ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ସକାଳେ ଦମୟନ୍ତୀ ଅମୃତସରରୁ ଆସି ଦିଲ୍ଲୀରେ ପହଞ୍ଚିବା ପରେ ଏହି ଘଟଣା ଘଟିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହଲ୍ଲାଦ ମୋଦୀଙ୍କ ଝିଅ ଦମୟନ୍ତୀ ବେନ୍‌ ମୋଦୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ପରେ ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଦୁଇଜଣ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଥିଲା।

By amfnews

Related Post