Mon. Oct 5th, 2026

ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ହେଲେ କଂଗ୍ରେସର ଜାତୀୟ ମୁଖପାତ୍ର

321 Views

ନୂଆଦିଲ୍ଲୀ : ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ କଂଗ୍ରେସର ଜାତୀୟ ମୁଖପାତ୍ର ଭାବେ ଆଗାମୀ ଦିନରେ କାର୍ଯ୍ୟ କରିବେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏ ନେଇ ଅନୁମତି ଦେଇଛନ୍ତି। କଂଗ୍ରେସ ମୁଖପାତ୍ର ମୁଖ୍ୟ ରଣଦୀପ ସୁରଜଓ୍ୱାଲା ଏହି ସୂଚନା ଦେଇଛନ୍ତି।

ଶର୍ମିଷ୍ଠାଙ୍କ ସହିତ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାରଙ୍କ ପୁଅ ଅଂଶୁଳ କୁମାର ମଧ୍ୟ କଂଗ୍ରେସର ଜାତୀୟ ମୁଖପାତ୍ର ହୋଇଛନ୍ତି। ଶର୍ମିଷ୍ଠା ଏବେ ଦିଲ୍ଲୀ ମହିଳା କଂଗ୍ରେସର ଅଧ୍ୟକ୍ଷ ରହିଛନ୍ତି। ଦଳ ତାଙ୍କ ଉପରେ ଏହି ଦାୟିତ୍ୱ ଦେଇଥିବାରୁ ସେ ଟୁଇଟ୍ କରି ଉଭୟ ସୋନିଆ ଗାନ୍ଧି ଏବଂ ରଣଦୀପ ସୁରଜଓ୍ୱାଲାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

By amfnews

Related Post