Mon. Oct 5th, 2026

ପୋଷ୍ଟ ଅଫିସର ଏହି ବ୍ୟାଙ୍କରେ ଖାତା ଖୋଲିଲେ ଘରେ ମିଳିବ ଆପଣଙ୍କୁ ଏସବୁ ସୁବିଧା

232 Views

ନୂଆଦିଲ୍ଲୀ  :   ପୋଷ୍ଟ ଅଫିସ ପକ୍ଷରୁ ଗତ କିଛି ସମୟ ଧରି ସାରା ଦେଶରେ ଶିବିରର ଆୟୋଜନ କରି ପେମେଣ୍ଟ ବ୍ୟାଙ୍କର ନୂଆ ଖାତା ଖୋଲାଯାଉଛି। ଏହି ବ୍ୟାଙ୍କର ବିଶେଷତ୍ୱ ହେଉଛି ଯେ ଏହି ଖାତା ଖୋଲିଲେ ଘରେ ବସି ଆପଣଙ୍କୁ ମିଳିବପାରିବ କେତେକ ସୁବିଧା।ଏହି ଖାତା ଗୁଡ଼ିକରେ ଗ୍ରାହକ ସରକାରଙ୍କ ପକ୍ଷରୁ ଅର୍ଥ ଟ୍ରାନ୍‌ସଫର୍‌,ଡାଇରେକ୍ଟ ବେନିଫଟ୍ ଟ୍ରାନ୍‌ସଫର୍‌(ଡିବିଟି),ବିଲ୍‌ ଓ ୟୁଟିଲିଟି ପେମେଣ୍ଟ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ସବୁଠାରୁ ବଡ଼ କଥା ହେଲା ଆଇ ପି ପିବିରେ ତିନିଟି ଭିନ୍ନ ଭିନ୍ନ ପ୍ରକାରର ସଞ୍ଚୟ ଖାତା ଖୋଲିବାର ବିକଳ୍ପ ରହିଛି। ଏଗୁଡ଼ିକ ହେଲା ରେଗୁଲାର୍‌,ଡିଜିଟାଲ୍‌ ଓ ବେସିକ୍‌ ସେଭିଙ୍ଗ୍‌ ଏକାଉଣ୍ଟ।

ଆଇପି ପିବିରେ ଖାତା ଖୋଲିବା ପାଇଁ ବା ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍‌ ସେବା ପାଇଁ ଆପଣଙ୍କୁ ଘର ବାହାରକୁ ଯିବାକୁ ପଡ଼ିବ ନାହିଁ।ଏଥିପାଇଁ ଗ୍ରାମୀଣ ଡାକ ସେବା (ଜିଡିଏସ୍‌)ବା ପୋଷ୍ଟମ୍ୟାନ୍‌ ପହଞ୍ଚିବେ ଆପଣଙ୍କ ଘରେ ।ଏଥିପାଇଁ ଆପଣଙ୍କୁ ଅତିରିକ୍ତ ଫିସ୍‌ ଦେବାକୁ ପଡ଼ିବ ନାହିଁ।

By amfnews

Related Post