Fri. Apr 24th, 2026

ପୋଷ୍ଟମାଷ୍ଟରଙ୍କୁ ଘରୁ ଡାକି ହତ୍ୟା!

236 Views

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କମଳାପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପପୁଲୁରୁ ସବ୍ ପୋଷ୍ଟ ଅଫିସର ପୋଷ୍ଟମାଷ୍ଟରଙ୍କୁ ଘରୁ ଡାକି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି।  ତାଙ୍କ ନାଁ ନାରାୟଣ ପୋଲାସି।

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୧୦ରୁ ୧୫ ସଶସ୍ତ୍ର ଲୋକ ଗାଁକୁ ଆସିଥିଲେ। ପରେ ପୋଷ୍ଟମାଷ୍ଟରଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏଥିରେ ମାଓବାଦୀଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ସେହିପରି ମାଲକାନଗିରି ସୀମାନ୍ତ ଦାନ୍ତେଓ୍ୱାଡ଼ା ଜିଲ୍ଲାରେ ମଧ୍ୟ ମାଓ ହିଂସା ଦେଖିବାକୁ ମିଳିଛି। ବାଚେଲିରେ ୨ଟି ବସ୍ ଓ ଗୋଟିଏ ଟ୍ରକ୍‌ରେ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି। ବସ୍‌ ଗୁଡ଼ିକ ଦାନ୍ତେଓ୍ୱାଡାରୁ ଜଗଦଲପୁର ଯିବା ସମୟରେ ରାତିରେ ବାଚେଲି ନିକଟରେ ମାଓବାଦୀମାନେ ଗାଡିକୁ ଅଟକାଇଥିଲେ। ପରେ  ଯାତ୍ରୀ ଓ କର୍ମଚାରୀଙ୍କୁ ବସ୍‌ରୁ ଓହ୍ଲାଇ ସେଥିରେ ନିଆଁ ଲଗାଇ ଦେଇଥିଲେ।

By amfnews

Related Post