Sat. Oct 17th, 2026

ପୋଲିସ ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟ୍

423 Views

ଯାଜପୁର ,ଜାନୁଆରୀ ୩୧: ଲୁଟପାଟ୍ ପାଇଁ ଦୁର୍ବୃତ୍ତ ଓ ଚୋରମାନେ ଭିନ୍ନ ଭିନ୍ନ ତରିକା ଅାପଣଉଛନ୍ତି। ଏବେ ପୋଲିସ ପରିଚୟ ଦେଇ ଲୁଟ୍ କରିବା ତରିକାକୁ ଅାପଣେଇଛନ୍ତି ଦୁର୍ବୃତ୍ତ। ଏହି ପରି ଘଟଣା ଦେଖିବାକୁ ମିଳିଛି ଯାଜପୁରରେ। ପୋଲିସ ପୋଷାକରେ ଆସି ଯାଜପୁର ରୋଡ଼ ଥାନା ଦଳା ବାଇପାସ ଛକରେ ବୃଦ୍ଧ ଦମ୍ପତିଙ୍କ ଠାରୁ ସୁନା ଚେନ ଝାମ୍ପିନେଇଛନ୍ତି ଦୁର୍ବୃତ୍ତ।

ସୂଚନା ମୁତାବକ ଯାଜପୁର ରୋଡ଼ ଥାନା ଦଳା ବାଇପାସ ଛକରେ ବସକୁ ଅପେକ୍ଷା କରିଥିବା ବୃଦ୍ଧ ଦମ୍ପତିଙ୍କ ପାଖକୁ ଆସି ପୋଲିସ ପରିଚୟ ଦେଇଥିଲେ ତିନି ଜଣ ଦୁର୍ବୃତ୍ତ  । ସୁନା କଣ ପାଇଁ ପିନ୍ଧିଛ ଚୋରି ହେଉଛି ବାହାର କରିଦିଅ କହି ଶୁଭଚିନ୍ତକ ଭଳି ଅଭିନୟ କରିଥିଲେ ଲୁଟେରା । ଦମ୍ପତି ସୁନା ଚେନ ବାହାର କରୁ କରୁ ଝାମ୍ପିନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ତିନିଜଣ ଦୁର୍ବୃତ୍ତ ।

By amfnews

Related Post