Mon. Sep 7th, 2026

ପୋର୍ଟେବୁଲ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିଶାଇଲର ସଫଳ ପରୀକ୍ଷଣ

227 Views

ନୂଆଦିଲ୍ଲୀ  : ଆନ୍ଧ୍ରପ୍ରଦେଶର କୁର୍ନୁଲ୍‌ ଫାୟାରିଙ୍ଗ ରେଂଜରୁ ବୁଧବାର ମାନବ ବାହିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ (MPATGM) ବା ଟ୍ୟାଙ୍କ ପ୍ରତିରୋଧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆରଡିଓ) ତରଫରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାସ୍ତ୍ରକୁ ପ୍ରସ୍ତୁତ କରାଯାଇଛି।

ଏହା ତୃତୀ  ସଫଳ ପରୀକ୍ଷଣ ଯାହା ଭାରତୀୟ ସେନାର ତୃତୀୟ ପିଢ଼ୀର ଟ୍ୟାଙ୍କ ପ୍ରତିରୋଧୀ କ୍ଷେପଣାସ୍ତ୍ରର ଆବଶ୍ୟକତା ପାଇଁ ବିକଶିତ କରାଯାଇଛି । ଏହା ଅତି ସହଜରେ  ଓ ଆକ୍ରମଣାତ୍ମକ ଭାବେ  ଲକ୍ଷ୍ୟ ଭେଦ କରିପାରିବ । ଏହି ମିସାଇଲ୍‌ ଆଟାକିଂ ମୋଡ୍‌ରେ ଏକ ଟ୍ୟାଙ୍କର ପ୍ରତିକୃତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା ।

କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମିଶାଇଲର ସଫଳ ପରୀକ୍ଷଣ ନିମନ୍ତେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠୁ ପାକିସ୍ତାନ ସହ ଭାରତର ସମ୍ପର୍କ ଅଧିକ ଖରାପ ହେବାକୁ ଲାଗିଥିଲା। ଏଥିଯୋଗୁ ସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ସମୟରେ ହିଁ ଏହି ମିଶାଇଲର ପରୀକ୍ଷଣ କରାଯାଇଥିଲା।

By amfnews

Related Post