Mon. Sep 28th, 2026

ପୋରବନ୍ଦର ଲୋକସଭା ଆସନରୁ ଲଢିବେ ଭାଜପା ଛାଡ଼ିଥିବା ପାଟିଦାର ନେତା , ସମର୍ଥନ ଦେବେ ହାର୍ଦ୍ଦିକ ପଟେଲ୍‌

347 Views

ଗାନ୍ଧୀନଗର: ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବାର କିଛି ଦିନ ପରେ ଗୁଜୁରାଟରେ ଭାରତୀୟ ଜନତା ପାର୍ଟିରୁ ଜଣେ ମହିଳା ପାଟିଦାର ନେତା ରେଶମା ପଟେଲ୍‌ ଇସ୍ତଫା ଦେଇଛନ୍ତି। ସେ ଗୁଜୁରାଟ ପ୍ରଦେଶ ଅଧ୍ୟକ୍ଷ ଜୀତୁ ବାଘାନୀଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ସେ ଏହାପରେ ଅଭିଯୋଗ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏକ ମାର୍କେଟିଂ କଂପାନିରେ ପରିଣତ ହୋଇଛି ଓ ତାଙ୍କର ସଦସ୍ୟମାନଙ୍କୁ ସେଲ୍‌ସ ପର୍ସନ ଭାବେ ବିବେଚିତ କରାଯାଉଛି। ରେଶମା ପଟେଲ ପୋରବନ୍ଦର ଆସନରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି।

ଅପରପକ୍ଷରେ ରେଶମାଙ୍କ ଇସ୍ତଫା ପ୍ରସଙ୍ଗରେ ସୌରାଷ୍ଟ୍ର ଓ କଚ୍ଛ କ୍ଷେତ୍ରର ଭାଜପା ମୁଖପାତ୍ର ରାଜୁ ଧ୍ରୁବ କହିଛନ୍ତି ତାଙ୍କର ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସେ ନିର୍ବାଚନ ଲଢିଲେ ଭାଜପାର କିଛି କ୍ଷତି ହେବ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୭ରେ ବିଧାନସଭା ନିର୍ବାଚନ ପୂର୍ବରୁ ରେଶମା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ରେଶମାଙ୍କୁ କଂଗ୍ରେସରେ ସାମିଲ ହୋଇଥିବା ହାର୍ଦ୍ଦିକ ପଟେଲ୍‌ ସମର୍ଥନ ଦେବେ ବୋଲି କହିଛନ୍ତି।

By amfnews

Related Post