Wed. Sep 30th, 2026

ପୋଖରୀ ହୁଡ଼ା ଅରମାରୁ ନବଜାତ ପୁତ୍ର ଉଦ୍ଧାର

240 Views

କେନ୍ଦୁଝର: ରବିବାର ବଡ଼ି ସକାଳୁ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମାନପୁର ଗ୍ରାମର ମନୋହର ସାହିର ପୋଖରୀ ହୁଡ଼ାରେ ଥିବା ଅରମାବଣରୁ ଏକ ସଦ୍ୟଜାତ ପିଲା ଉଦ୍ଧାର କରାଯାଇଛି।

ସକାଳୁ ସକାଳୁ ଲୋକେ ପୋଖରୀକୁ ଗଡୁଥିବା ବେଳେ ହୁଡ଼ାରେ ଥିବା ଅରମାବଣରୁ ପିଲାର କାନ୍ଦ ଶୁଣି ପାରିଥିଲେ। ସେଠାରେ ପହଞ୍ଚି ଦେଖିଲେ ସଦ୍ୟ ଜନ୍ମ ହୋଇଥିବା ପୁଅଟିକୁ କେହି ଛାଡ଼ି ଦେଇ ପଳାଇଛି।

ସ୍ଥାନୀୟ ଏ. ଏନ୍‌. ଏମ୍‌. ଦିଦିଙ୍କ ସହଯୋଗକ୍ରମେ କଅଁଳା ପିଲାଟିକୁ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ନବଜାତ ପୁଅଟି ସୁସ୍ଥ ଥିବା କଥା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ଲୋକଲଜ୍ଜାରୁ ବଞ୍ଚିବାକୁ ଅନୈତିକ ସମ୍ପର୍କରୁ ଜାତ ଏହି ପିଲାଟିକୁ କେହି ଅରମାରେ ଫିଙ୍ଗି ଦେଇଥିବା କଥା ଗ୍ରାମବାସୀ କୁହାକହି ହେଉଛନ୍ତି।

By amfnews

Related Post