Fri. Apr 24th, 2026

ପୋଖରୀ ଭିତରେ ଶିକ୍ଷକଙ୍କୁ ହତ୍ୟା, ମାଛ ଚୋରିକୁ କେନ୍ଦ୍ର କରି ହତ୍ୟା ସନ୍ଦେହ

323 Views

ଦେବଗଡ଼: ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ ପାଲୁଣିପଡ଼ା ଗ୍ରାମ ନିକଟରେ ଶିକ୍ଷକ ଆଶୁତୋଷ ପଟେଲ(୩୬)ଙ୍କ ମୃତଦେହକୁ ପୁଲିସ ଜବତ କରିଛି। ପାରିପାର୍ଶ୍ଵିକ ପରିସ୍ଥିତିରୁ ଆଶୁତୋଷଙ୍କୁ ହତ୍ୟା ସ୍ପଷ୍ଟ ହେଉଛି। ପୋଖରୀ ହୁଡ଼ା ନିକଟ ପାଣିରେ ଶିକ୍ଷକ ମୁହଁମାଡ଼ି ପଡ଼ିଥିବାବେଳେ ତାଙ୍କ ମୁଣ୍ଡ ଉପରେ ଏକ ପଥର ପଡ଼ିରହିଛି।

Image result for pond

ସୂଚନା ଅନୁସାରେ, ଆଶୁତୋଷ ପାଲୁଣିପଡ଼ା ୟୁ.ପି. ସ୍କୁଲରେ ଶିକ୍ଷକତା କରୁଥିଲେ। ତା’ସାଙ୍ଗକୁ ନିଜ ପୋଖରୀରେ ମାଛ ଚାଷ କରିଥିଲେ। ପ୍ରତିଦିନ ଭଳି ଗୁରୁବାର ସନ୍ଧ୍ୟାରେ ସେ ନିଜ ପୋଖରୀକୁ ଆସିଥିଲେ। କିନ୍ତୁ ରାତିରେ ଘରକୁ ଫେରି ନ ଥିବା ବେଳେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପୋଖରୀରେ ତାଙ୍କ ଚପଲ ଭାସୁଥିବାବେଳେ ଏକ ଗାମୁଛାରେ କିଛି ମାଛ ବନ୍ଧା ଯାଇଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ଅଧିକ ଖୋଜାଖୋଜି କରିବାରୁ ପୋଖରୀ ହୁଡ଼ା ନିକଟରେ ଆଶୁତୋଷଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।

ଏ ସମ୍ପର୍କରେ ସେମାନେ ରିଆମାଳ ଥାନାକୁ ଖବର ଦେବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ମାଛ ଚୋରିକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

By amfnews

Related Post