Fri. Jun 12th, 2026
211 Views

ନୟାଗଡ଼ : କନ୍ୟା ଭ୍ରୂଣ ହତ୍ୟା ଘଟଣାକୁ ନେଇ ନୟାଗଡ଼ ଜିଲ୍ଲା ସମଗ୍ର ଦେଶରେ ବଦନାମ ହୋଇସାରିଥିବା ସତ୍ତ୍ୱେ ଏଠାରେ ଏପରି ଲଜ୍ଜାଜନକ ଘଟଣା ଥମିବାର ନାଁ ଧରୁନି । ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ସକାଳେ ଜିଲ୍ଲାର ଭାପୁର ବ୍ଲକ୍‌ ଫତେଗଡ଼ ଥାନା ଅଧୀନ କରବର ଗାଁରେ ଦେଖିବାକୁ ମିଳିଥିଲା। ଗାଁର ଏକ ପୋଖରୀରେ ଏକ ନବଜାତକର ମୃତଦେହ ଭେସୁଥିଲା, ଯାହାକୁ  ପଲିଥିନରେ ବନ୍ଧା ଯାଇଥିଲା। ତେବେ କିଏ ଏଭଳି କାଣ୍ଡ ଭିଆଇଛି ତାହା ସ୍ପଷ୍ଟ ହୋଇନାହିଁ।

ଖବର ପାଇ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଲିସ୍‌ ନ ପହଞ୍ଚିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।  ଗତ ୧୪ ତାରିଖରେ ମଧ୍ୟ ଖଣ୍ଡପଡ଼ା ଏନଏସିର  ଦୁଇ ନମ୍ବର ୱାର୍ଡର ଏକ ମସଜିଦ ନିକଟରେ ଏକ ନବଜାତ ଶିଶୁର ମୃତଦେହକୁ କୁକୁରମାନେ ଖାଉଥିବାର ଦେଖିବାକୁ ମିଳିଥିଲା ।

୪ ମାସ ପୂର୍ବେ ନୟାଗଡ଼ ସଦର ମହକୁମାର ଏକ କ୍ଲିନିକରେ ଭ୍ରୂଣ ହତ୍ୟା ହେଉଥିବା ଖବର ପାଇ ପ୍ରଶାସନ ଏହାକୁ ସିଲ୍‌ କରିଥିଲା।  ଏହାସତ୍ତ୍ୱେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

By amfnews

Related Post