Fri. Jul 3rd, 2026

ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ପରଲୋକ

176 Views

ସୁନ୍ଦରଗଡ଼ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ତଥା ମୋରିସ କୁଜୁରଙ୍କ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ  ୮୪ ବର୍ଷ ହୋଇଥିଲା।

ମୋରିସ କୁଜୁର ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଭାଲୁମୁଣ୍ଡାରେ ୧୯୩୫ ମସିହା ନଭେମ୍ବର ୨ ତାରିଖରେ ଜନ୍ମ ହୋଇଥିଲେ।  ସେ ୧୯୮୪ ରୁ ୧୯୮୯ ଯାଏ ଲୋକସଭା ସାଂସଦ ଥିଲେ। ଏଥିସହ ୧୯୯୬ରୁ ୨୦୦୨ ଯାଏ ରାଜ୍ୟସଭା ସାଂସଦ ଏବଂ ୨୦୦୮ ରୁ ୧୧ ଯାଏ ଜାତୀୟ ଏସଟି କମିଶନ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ। ସେ ଜିଲ୍ଲାରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି।

ପୂର୍ବରୁ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। ଆସନ୍ତାକାଲି ସୁନ୍ଦରଗଡ଼ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ସାନ ପୁଅ ପ୍ରଭାତ କୁଜୁର କହିଛନ୍ତି।

By amfnews

Related Post