Thu. Jun 11th, 2026

ପୂର୍ବତନ ଅର୍ଥ ସଚିବ ସୁବ୍ବା ରାଓଙ୍କ ବୟାନ୍ ଲାଗି ଚିଦମ୍ବରମଙ୍କ ଅଡ଼ୁଆ ଆହୁରି ବଢ଼ିପାରେ !

271 Views

ନୂଆଦିଲ୍ଲୀ  :  ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା  ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କ ଅଡ଼ୁଆ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଖାସକରି ଏହି ମାମଲାରେ ପୂର୍ବତନ ଅର୍ଥ ସଚିବ ସୁବ୍ବା ରାଓଙ୍କ ବୟାନ୍ ଲାଗି ଏଭଳି ଘଟିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲାରେ ପୂର୍ବତନ ଅର୍ଥ ସଚିବ ସୁବ୍ବା ରାଓଙ୍କ ବୟାନ୍ ରେକର୍ଡ କରିଛି।

ମେ’ ୧୫, ୨୦୧୭ରେ ଆଇଏନ୍ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପାଣ୍ଠି ନିବେଶ ପାଇଁ ମିଳିଥିବା ଏଫ୍ଆଇପିବି ମଂଜୁରିରେ ଅନିୟମିତତା ହୋଇଥିବା ଅଭିଯୋଗ ସତ ବୋଲି ପୂର୍ବତନ ଅର୍ଥ ସଚିବ ସୁବ୍ବା ରାଓ କହିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ  ବିଦେଶୀ ପୁଞ୍ଜି ନିବେଶ ପରିଚାଳନା ବୋର୍ଡ ଏଫ୍ଆଇପିବି ସହ ଆଲୋଚନା କରି ନଥିଲା।ଏହା ସିଧାସଳଖ ଆଇନର ଉଲ୍ଲଂଘନ ବୋଲି ସୁବ୍ବା ରାଓ କହିଛନ୍ତି।

 'उल्लंघनों' को एफआईपीबी के संज्ञान में नहीं लाया गया- सुब्बाराव
ସୂଚନାଯୋଗ୍ୟ ସିବିଆଇ  ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କୁ ଗିରଫ କରିବାପରେ ତାଙ୍କୁ ଜେରା କରିଥିଲା । ୨୬ ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିଛନ୍ତି ଚିଦାମ୍ବରମ୍ ।

 

By amfnews

Related Post