Sat. Jul 25th, 2026

ପୂଜା ଦେଖି ଫେରୁଥିଲେ, ଖୁରରେ ଆକ୍ରମଣ କଲେ ଦୁର୍ବୃତ୍ତ

205 Views

ବାଲେଶ୍ୱର : ପୂଜା ଦେଖି ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ବାଲେଶ୍ୱର ଜିଲ୍ଲା ଝାଡେଶ୍ୱର ମନ୍ଦିର ନିକଟରେ ଦୁର୍ବୃତ୍ତଙ୍କ ଖୁର ମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ହରିପୁର ଅଞ୍ଚଳର ରାକେଶ ମୁଦୁଲି ଓ ରାଜେଶ ମୁଦୁଲି।

ବିଭିନ୍ନ ପୂଜା ମଣ୍ଡପ ବୁଲି ଗତକାଲି ବିଳମ୍ବିତ ରାତିରେ ରାକେଶ ଓ ରାଜେଶ ଘରକୁ ଫେରୁଥିଲେ। ଏହି ସମୟରେ ଝାଡ଼େଶ୍ୱର ମନ୍ଦିର ନିକଟରେ ଚାରି ଜଣ ନିଶାଗ୍ରସ୍ତ ଯୁବକ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ପରେ ନିଶାଗ୍ରସ୍ତ ଯୁବକମାନେ ରାକେଶ ଓ ରାଜେଶଙ୍କୁ ଖୁରରେ ଆକ୍ରମଣ କରିଥିଲେ। ତେବେ ସେମାନଙ୍କୁ ଚିହ୍ନି ପାରି ନ ଥିବା କହିଛନ୍ତି ରାକେଶ ଓ ରାଜେଶ। ଏନେଇ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post