Tue. Oct 6th, 2026

ପୂଜାକୁ ଫିକା କରିବନି ବର୍ଷା !

206 Views

ଭୁବନେଶ୍ୱର  :  ଶାରଦୀୟ ଦୁର୍ଗାପୂଜା ସମୟରେ ପାଗ ଭଲ ରହିବ। ହେଲେ ଅପରାହ୍ଣ ବେଳକୁ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ବର୍ତ୍ତମାନ ଓଡ଼ିଶା ଉପରେ କିମ୍ୱା ଉତ୍ତର ବଙ୍ଗୋପସାଗର ପାଖରେ କୌଣସି ଘୂର୍ଣ୍ଣିବଳୟ ନାହିଁ। କେବଳ ୱେଷ୍ଟ ବେଙ୍ଗଲ ଓ ବାଙ୍ଗଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି। ତାର ପ୍ରଭାବ ଓଡ଼ିଶା ଉପରେ କିଛି ପଡ଼ିବ ନାହିଁ। ବର୍ତ୍ତମାନ କେବଳ ସେଣ୍ଟ୍ରାଲ୍ ଓ ଦକ୍ଷିଣ ଓଡ଼ିଶାରେ ଆକାଶ ଆଶିଂକ ମେଘାଚ୍ଛନ୍ନ ରହିଛି। ପ୍ରାୟ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆକାଶ ପ୍ରାୟ ମେଘମୁକ୍ତ ରହିଛି। ତେବେ ଅପରାହ୍ଣରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବ। ହେଲେ  ଏହାର ପରିମାଣ ଅଳ୍ପ  ରହିବ। ପ୍ରବଳ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।”

By amfnews

Related Post