Sat. May 16th, 2026

ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ: ୫ ଜଣଙ୍କୁ ଅଟକ ରଖିଛନ୍ତି ନିରାପତ୍ତା ବଳ

276 Views

ଶ୍ରୀନଗର: ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତି ସନ୍ଦେହରେ ୫ ଜଣ ଲୋକଙ୍କୁ ଅଟକ ରଖାଯାଇଛି। ଗୁରୁବାର ବିଳମ୍ବିତ ରାତ୍ରୀରେ ପୁଲ୍‌ଓ୍ଵାମା ଜିଲ୍ଲାର କେତେଗୁଡ଼ିଏ ଗାଁ’ରେ ନିରାପତ୍ତା ବଳ ଚଢ଼ଉ କରିଥିଲା।

ଚଢ଼ଉ ବେଳେ ଦୁଇଟି ଗାଁ’ରୁ ସେ ପାଞ୍ଚ ଜଣ ଲୋକଙ୍କୁ ନିରାପତ୍ତା ବଳ ଅଟକିଛନ୍ତି।ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଲାଗି ନେସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି) ଏବଂ ନେସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡର (ଏନ୍‌ଏସ୍‌ଜି) ଆତଙ୍କ ନିରୋଧ କମାଣ୍ଡୋ ଦଳର ବିଶେଷଜ୍ଞମାନେ ଜମ୍ମୁ ଓ କଶ୍ମୀର ଯିବା ପରେ ଅଟକ ଖବର ଜଣାପଡ଼ିଛି ।

ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୁକ୍ରବାର ଦିନ ଶ୍ରୀନଗର ଗସ୍ତରେ ଯାଉଛନ୍ତି। ଘଟଣା ସଂକ୍ରାନ୍ତରେ ଅବଗତ କରିବା ଲାଗି ଶନିବାର ସେ ରାଜନୈତିକ ଦଳଗୁଡ଼ିକର ଏକ  ବୈଠକ ଡକାଇ ପାରନ୍ତି।

By amfnews

Related Post