Wed. Sep 30th, 2026

ପୁଲ୍‌ଓ୍ଵାମା: ଆତଙ୍କବାଦୀଙ୍କ ଗୁଳି ଚୋଟରେ ଜଣେ ମହିଳା ମୃତ, ଜଣେ ବ୍ୟକ୍ତି ଆହତ

349 Views

ନୂଆଦିଲ୍ଲୀ : ବୁଧବାର ଦିନ ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲାରେ ଅଚିହ୍ନା ବନ୍ଧୁକଧାରୀମାନେ ସିଙ୍ଗୁ-ନର୍ବାଲ୍‌ ଗାଁରେ ଆକ୍ରମଣ କରିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କର ସମ୍ପୃକ୍ତି ଅଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ହତ୍ୟା ଘଟଣା ପରେ ରାଜ୍ୟ ପୁଲିସ ଟୁଇଟ୍‌ କରିଛି: ପୁଲ୍‌ଓ୍ଵାମାରେ ଆତଙ୍କବାଦୀମାନେ ସାଧାରଣ ନାଗରିକମାନଙ୍କୁ ଉପରକୁ ଗୁଳି ଚଳାଇବାରୁ ନିଗୀନା ବାନୋ ନାମ୍ନା ଜଣେ ମହିଳା ନିହତ ଏବଂ ମହମ୍ମଦ ସୁଲ୍‌ତାନ୍‌ ନାମକ ଜଣେ ବକ୍ତି ଆହତ ହୋଇଛନ୍ତି। ପୁଲିସ ମାମଲା ରୁଜୁ କରିଛି। ଅଧିକାରୀମାନେ ଏହି ଆତଙ୍କଅପରାଧର ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରୁଛନ୍ତି। ୨୦୧୭ରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।

By amfnews

Related Post