Wed. Sep 30th, 2026

ପୁଲ୍‌ଓ୍ଵାମାରେ ଏନ୍‌କାଉଣ୍ଟର୍‌: ଚାରି ଆତଙ୍କବାଦୀ ନିହତ, ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ ପୁଲିସ କର୍ମଚାରୀ

287 Views

ଶ୍ରୀନଗର: ଶୁକ୍ରବାର ସକାଳେ ଦକ୍ଷିଣ କଶ୍ମୀରରେ ନିରାପତ୍ତା ବଳ ଚାରିଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଆତଙ୍କବାଦୀ ପାଲଟି ଥିବା ଜଣେ ପୂର୍ବତନ ସ୍ପେସାଲ୍‌ ପୁଲିସ ଅଫିସର୍‌।

ଘଟଣାସ୍ଥଳରୁ ସୈନିକମାନେ ଚାରିଟି ଶବ, ଦୁଇଟି ଏକେ୪୭ ରାଇଫଲ୍‌, ଗୋଟିଏ ଏକେଏମ୍‌ ରାଇଫଲ୍‌ ଏବଂ ଗୋଟିଏ ଏସ୍‌ଲ୍‌ଆର୍‌ ରାଇଫଲ୍‌ ଉଦ୍ଧାର କରିଛନ୍ତି। ଗୁରୁବାର ସନ୍ଧ୍ୟା ବେଳୁ ପୁଲ୍‌ଓ୍ଵାମାର ଲାସିପୋରା ଅଞ୍ଚଳରେ ଏହି ଏନ୍‌କାଉଣ୍ଟର୍‌ ଚାଲିଥିଲା। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି ବୋଲି ସୂଚନା ମିଳିବା ପରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ସେଥିରୁ ତିନି ଜଣ ଆତଙ୍କବାଦୀଙ୍କ ପରିଚୟ ମିଳିନାହିଁ।

ଗୁଳି ବିନିମୟ ସମୟର ଆତଙ୍କବାଦୀଙ୍କ ମେଳରେ ନିହତ ହୋଇଥିବା ପୁଲିସ ଅଧିକାରୀଜଣକ ପୁଲ୍‌ଓ୍ଵାମାରୁ ନିଜର ସର୍ଭିସ୍‌ ରାଇଫଲ୍‌ ନେଇ ପଳାଇ ଯାଇଥିଲେ। ସେ ଗୋଟାଏ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିବା କଥା କୁହାଯାଉଥିଲା।

କିଛି ସମୟ ଧରି ସେ ନିରୁଦ୍ଦେଶ ରହିବା ପରେ ତାଙ୍କ ସମ୍ପର୍କରେ ଏହି ସୂଚନା ମିଳିଥିଲା। ପୁଲ୍‌ଓ୍ଵାମାରେ ଆତଙ୍କବାଦୀଙ୍କ ସହ ଯୋଗ ଦେବାର ୨୪ ଘଣ୍ଟା ପରେ ତାଙ୍କୁ ହତ୍ୟା କରାଯାଇଛି।ସମ୍ପୃକ୍ତ ଅଞ୍ଚଳରେ ଆହୁରି ଦୁଇ ତିନି ଜଣ ଆତଙ୍କବାଦୀ ଛପି ରହିଥିବା ବିଶ୍ୱାସ କରାଯାଉଛି।

By amfnews

Related Post