Fri. May 15th, 2026

ପୁଲଓ୍ଵାମା ଆକ୍ରମଣର ଏକମାସ ପୂର୍ବରୁ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ଓ ତାଲିବାନ୍‌ର ହକ୍କାନି ନେଟ୍‌ଓ୍ଵାର୍କ ମଧ୍ୟରେ ବୈଠକ ହୋଇଥିଲା

237 Views

ନୂଆଦିଲ୍ଲୀ: ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦର ପ୍ରମୁଖ ମୌଲାନା ମସୁଦ ଆଝାର ଓ ତାଲିବାନ୍‌ର ହକ୍କାନି ନେଟ୍‌ଓ୍ଵାର୍କ ମଧ୍ୟରେ ପୁଲଓ୍ଵାମା ଆକ୍ରମଣର ଏକ ମାସ ପୂର୍ବରୁ ବୈଠକ ହୋଇଥିବା ନେଇ ମଙ୍ଗଳବାର ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ଏହି ବୈଠକ ଭାରତରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରିବା ନେଇ ଆୟୋଜିତ ହୋଇଥିଲା। ଦାବି କରାଯାଇଛି କି, ଆଇଏସ୍‌ଆଇ ବହାଓ୍ଵଲପୁରରେ ଜୈସ୍‌-ଇ-ମହମ୍ମଦର ପ୍ରମୁଖ ଓ ତାଲିବାନ୍‌ ହକ୍କାନି ନେଟ୍‌ଓ୍ଵାର୍କ ମଧ୍ୟରେ ହୋଇଥିବା ବୈଠକର ମଧ୍ୟସ୍ଥତା କରିଥିଲା।

ସୂତ୍ରରୁ ପ୍ରକାଶ ଯେ, ଜେଇଏମ୍‌ ଓ ତାଲିବାନ୍‌ର ହକ୍କାନି ନେଟ୍‌ଓ୍ଵାର୍କର ଆତଙ୍କବାଦୀମାନଙ୍କୁ ବାଲାକୋଟର ଆତଙ୍କବାଦୀ ଶିବିରରେ ପ୍ରଶିକ୍ଷଣ ଦିଆଯାଉଥିଲା। ଯାହାକୁ ଭାରତୀୟ ବାୟୁସେନା ଆକଶମାର୍ଗରୁ ଆକ୍ରମଣ କରି ଧ୍ୱଂସ କରି ଦେଇଥିବା ସୂଚନା ମିଳିଛି।

By amfnews

Related Post