Wed. Jul 29th, 2026

ପୁରୀ: ବେଳାଭୂମିରେ ପଡ଼ିଛି ଅଜଣା ମୃତଦେହ

397 Views

ପୁରୀ : ଆଜି ସକାଳେ ପୁରୀ ବେଳାଭୂମିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ କରାଯାଇଛି। ସମ୍ଭବତଃ ସେ ଗତକାଲି ରାତିରୁ ସେଠାରେ ମୃତ୍ୟୁବରଣ କରିଛନ୍ତି।
ପୁଲିସ ଠାରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, ପୁରୀ ସମୁଦ୍ରକୂଳର ସିଂହଦ୍ୱାର ଓ ଶ୍ରୀଚୈତନ୍ୟ ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଜଣେ ବୟସ୍କ ଲୋକଙ୍କ ମୃତଦେହ ପଡ଼ିଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତ ବୟସ୍କ ବ୍ୟକ୍ତିଜଣକ ଧୋତି ଓ ପଞ୍ଜବୀ ପିନ୍ଧିିଛନ୍ତି। ଅନୁମାନ କରାଯାଉଛି, ସେ କୌଣସି ଗ୍ରାାମାଞ୍ଚଳରୁ ପୁରୀକୁ ଦେବଦର୍ଶନ କରିବାକୁ ଆସିଥିଲେ। ତାଙ୍କର ପରିଚୟ ମିଳି ନ ଥିବା ବେଳେ ଆନୁମାନିକ ବୟସ ୬୦ରୁ ୭୦ ବର୍ଷ ଭିତରେ ହେବ ବୋଲିି କୁହାଯାଉଛି। ଅପରପକ୍ଷେ ପୁରୀ ବେଳାଭୂମି ରାତିରେ ଯାଞ୍ଚ ହେଉ ନ ଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ତେବେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post