Sat. Oct 3rd, 2026

ପୁରୀ: ଚିଲିକା ଉପରେ ହେଲିକ୍ୟାପ୍ଟର ଉଡ଼ିବା ପ୍ରସଙ୍ଗ: ଥାନାରେ ହାଜର ହୋଇ ପକ୍ଷ ରଖିଲେ ଇମ୍ଫା କର୍ତ୍ତୃପକ୍ଷ

304 Views

ପୁରୀ  :   ଚିଲିକା ପକ୍ଷୀ ଅଭୟାରଣ୍ୟ ଉପରେ ବିବାଦୀୟ ହେଲିକ୍ୟାପ୍ଟର ଉଡ଼ିବା ପ୍ରସଙ୍ଗରେ ଆଜି ଇମ୍ଫା କର୍ତ୍ତୃପକ୍ଷ ପୁରୀ ଯାଇ ପୁରୀ ସଦର ଥାନାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇ ଲିଖିତ ତଥ୍ୟ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖ ଦିନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜର ଦୁଇ ଜଣ ବନ୍ଧୁଙ୍କ ସହିତ ହେଲିକ୍ୟାପ୍ଟର ନେଇ ଚିଲିକା ଅଭୟାରଣ୍ୟ ଉପରେ ଅତି ନିକଟରେ ଉଡ଼ାଇଥିବା  ସମ୍ପର୍କରେ ଅଭିଯୋଗ ହୋଇଛି। ଏହି ମାମଲାରେ ପୁରୀ ପୁଲିସ ଇମ୍ଫାର ହେଲିକ୍ୟାପ୍ଟରକୁ ସିଲ କରିବା ସହିତ ଥାନାରେ ହାଜର ହୋଇ ରିପୋର୍ଟ କରିବାକୁ ପୁରୀ ସଦର ଥାନା ପୁଲିସ ଇମ୍ଫାର  ଆଭିଏସନ ବିଭାଗକୁ ନୋଟିସ ଜାରି କରିଥିଲା। ଏହି ନୋଟିସ ପରିପ୍ରେକ୍ଷୀରେ ଆଜି ଇମ୍ଫା କର୍ତ୍ତୃପକ୍ଷ ସେମାନଙ୍କ ପକ୍ଷ ରଖିଛନ୍ତି।

By amfnews

Related Post