Tue. Sep 22nd, 2026

ପୁରୀ ଗଣଦୁଷ୍କର୍ମ ଘଟଣାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି

199 Views

ପୁରୀ : ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ରାଜ୍ୟ ହୁଲସ୍ଥୁଲ ହେଉଥିବା ବେଳେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏ ଘଟଣାରେ ପୂର୍ବରୁ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ତିନି ଜଣଙ୍କୁ  ଗିରଫ କରାଯାଇଛି। ସେମାନେ ହେଉଛନ୍ତି, ରଂଜିତ ପରିଡ଼ା, ତାଙ୍କ ପତ୍ନୀ ଓ ବୁଲୁ  ବାରିକ। ପୁରୀ ଏସ୍‌ପି ଉମାଶଙ୍କର ଦାସ ଆଜି ଏହି ସୂଚନା ଦେଇଛନ୍ତି।

ରଂଜିତ ଓ ତାଙ୍କ ପତ୍ନୀଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଥିବା ବେଳେ ବୁଲୁଙ୍କୁ ରାୟଗଡ଼ାରୁ ଗିରଫ କରାଯାଇଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ୪ଟି ଟିମ୍ ଗଠନ କରାଯାଇ ଏହି ଘଟଣାରେ ତଦନ୍ତ କରାଯାଉଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଗତ ଦୁଇ ତାରିଖ ଅପରାହ୍ନରେ ଏହି ଘଟଣା ଘଟିଥିଲା। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଦୁଇ ତାରିଖ ଅପରାହ୍ନ ୨ଟାବେଳେ କାକଟପୁର ଯିବା ଲାଗି ସେ ନିମାପଡ଼ା ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ଏହି ସମୟରେ ଏକ କାର୍‌ରୁ ଓହ୍ଲାଇ ଜିତେନ୍ଦ୍ର ନିଜକୁ ପୁଲିସ୍ ପରିଚୟ ଦେଇଥିଲେ। ଏହାପରେ ପୀଡିତାଙ୍କୁ ଗାଁରେ ଛାଡ଼ି ଦେବାକୁ କହି ଗାଡ଼ିରେ ପୁରୀ ନେଇ ଆସିଥିଲେ। ପରେ ପୁରୀ ଝାଡ଼େଶ୍ୱରୀ କ୍ଲବ୍ ନିକଟ ଏକ ସରକାରୀ କ୍ୱାର୍ଟର୍ସରେ ଅନ୍ୟ ଜଣେ ସହଯୋଗୀଙ୍କ ସହିତ ମିଶି ଦୁଷ୍କର୍ମ କରିଥିଲେ। ଦୁଇ ଜଣ ତାଙ୍କୁ ଦୁଷ୍କର୍ମ କରିଥିବାବେଳେ ଅନ୍ୟ ଦୁଇ ଜଣ ବାହାରୁ କବାଟ ଦେଇ ପଳାଇଥିଲେ।

By amfnews

Related Post