Sat. Apr 25th, 2026

ପୁରୀରେ ଘନ କୁହୁଡ଼ି; ନୀଳଚକ୍ର ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ

148 Views

ପୁରୀ : ଆଜି ପୁରୀରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଫଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ହଇରାଣ ହୋଇଛନ୍ତି। କୁହୁଡ଼ିରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ଲୁଚିଯାଇଥିବା ବେଳେ ନୀଳଚକ୍ର ଦର୍ଶନରୁ ହଜାର ହଜାର ଭକ୍ତ ବଞ୍ଚିତ ହୋଇଛନ୍ତି। ବଡ଼ ଦେଉଳ, ଜଗମୋହନ, ନାଟମଣ୍ଡପ ସହ ଭୋଗମଣ୍ଡପ ମଧ୍ୟ କୁହୁଡ଼ିରେ ଲୁଚିଯାଇଛି। ଏମିତିକି ସିଂହଦ୍ଵାର ସହିତ ତିନିଦ୍ୱାରର ଗୁମୁଟ ମଧ୍ୟ ବାହାରକୁ ଦୃଶ୍ୟମାନ ହେଉ ନ ଥିଲା।

ସକାଳ ସାଢେ ସାତଟା ପର୍ଯ୍ୟନ୍ତ ବି ବଡ଼ଦାଣ୍ଡରେ ଯାନବାହନ ଗୁଡ଼ିକରେ ଲାଇଟ ଲଗାଇ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ଗତକାଲି ଅପେକ୍ଷା ଆଜି ବହୁଗୁଣରେ ଅଧିକ କୁହୁଡି ଅନୁଭୂତ ହୋଇଛି। ଘନକୁହୁଡି ଯୋଗୁ ପୁରୀରେ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି।

By amfnews

Related Post