Tue. Aug 18th, 2026

ପୁଣି ଭାରତରେ ୫ କରୋନା ରୋଗୀ ଚିହ୍ନଟ

243 Views

ନୂଆଦିଲ୍ଲୀ : ପୁଣିଥରେ ଭାରତରେ ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନ, ମହାରାଷ୍ଟ୍ର ଓ ଗୁରୁଗ୍ରାମରେ ଏହି ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେଆ ୧୫୯ରେ ପହଞ୍ଚିଛି।

ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ୪ ଜଣ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ତେବେ ସେମାନଙ୍କ ରକ୍ତ ନମୁନାକୁ ଅଧିକ ପରୀକ୍ଷା ପାଇଁ ସୱାଇ ମାନସିଂ ହସ୍ପିଟାଲକୁ ପଠାଯାଇଛି।

ସେହିପରି ମହାରାଷ୍ଟ୍ରର ପିମପିର ଛିଞ୍ଚୱାଡରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ଶରୀରରେ କରୋନା ଭାଇରସ ରହିଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଯୁବକ ଜଣଙ୍କ ଫିଲିପାଇନ୍ସ, ସିଙ୍ଗାପୁର ଓ ଶ୍ରୀଲଙ୍କାର କଲମ୍ବୋ ଗସ୍ତ ସାରି ଭାରତ ଫେରିଥିଲେ। ଏବେ ତାଙ୍କ ଶରୀରକୁ କରୋନା ଆକ୍ରାନ୍ତ କରିଛି। ଏହି ରୋଗୀଙ୍କୁ ମିଶାଇ ମହାରାଷ୍ଟ୍ରରରେ କରୋନା ଆକ୍ରାନ୍ତଙ୍କ ୪୪ରେ ପହଞ୍ଚି। ଏହା ଦେଶରେ ସର୍ବାଧିକ।

ଅନ୍ୟପକ୍ଷରେ ହରିଆଣାର ଗୁରୁଗ୍ରାମରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ସେହିପରି ଉତ୍ତର ପ୍ରଦେଶରେ ବି ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

By amfnews

Related Post