Thu. Aug 13th, 2026

ପୁଣି କାନ୍ଧରେ ବୁହାହେଲା ମୃତଦେହ

491 Views

ଭବାନୀପାଟଣା :  ପୁଣି ଭାରରେ ବୁହା ହେଲା ମୃତଦେହ। ଶବ ବାହକ ଗାଡ଼ି ନ ଥିବାରୁ ଭାରରେ ପତ୍ନୀଙ୍କ ମୃତଦେହକୁ ବୋହି ନେଇଛନ୍ତି ତାଙ୍କ ସ୍ୱାମୀ ଓ ପରିବାର ଲୋକେ। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅଞ୍ଚଳରେ। ମୃତକ ହେଲେ ନିଗିଡି ମାଝୀ।

ଗତକାଲି ନିଗିଡି ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ କଣିଗୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହକୁ ପରିବାର ଲୋକଙ୍କୁ ନେଇଯିବାକୁ କହିଥିଲେ। ହେଲେ ମହାପ୍ରୟାଣ ଗାଡ଼ିର କୌଣସି ବ୍ୟବସ୍ଥା କରି ନ ଥିଲେ। ଶେଷରେ ପରିବାର ଲୋକେ ନିରୁପାୟ ହୋଇ ମୃତଦେହକୁ ପ୍ରାୟ ୫କିଲୋମିଟର ଭାରରେ ବୋହି ନେଇଥିଲେ।

By amfnews

Related Post