Sun. Aug 16th, 2026

ପୁଅ ରହୁଥିବା ସେଲରେ ହିଁ ରହିଲେ ଚିଦାମ୍ବରମ

307 Views

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚଦାମ୍ୱରମ ଏବେ ତିହାର ଜେଲରେ ରହିଛନ୍ତି। ଗତକାଲି ରାତିଠାରୁ ତିହାରରେ ବନ୍ଦୀ ହୋଇ ରହିଥିବା ଚିଦାମ୍ବରମଙ୍କ ସମ୍ପର୍କରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ତିହାର ଜେଲର ସେଲ ନଂ ୭ରେ ହିଁ ଚିଦାମ୍ବରମଙ୍କୁ ରଖାଯାଇଛି। ଏହି ସମାନ ସେଲରେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଗତବର୍ଷ ବନ୍ଦୀ ଭାବେ ୨୩ ଦିନ କାଳ ରହିଥିଲେ। କାର୍ତ୍ତି ମଧ୍ୟ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଅଭିଯୁକ୍ତ ରହିଛନ୍ତି।

ଗତବର୍ଷ ସିବିଆଇ ତାଙ୍କୁ ଏହି ମାମଲାରେ ଗିରଫ କରିଥିଲା। ଏହାପରେ ତାଙ୍କୁ ତିହାର ଜେଲରେ ରଖାଯାଇଥିଲା। ତିହାର ଜେଲର ସେଲ ନଂ ୭ରେ ୨୩ ଦିନ ରହିବା ପରେ କାର୍ତ୍ତି ଜାମିନରେ ଛାଡ଼ ପାଇଛନ୍ତି।

ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ସିବିଆଇ ୫ଟି ପର୍ଯ୍ୟାୟରେ ୧୫ ଦିନ କାଳ ଜେରା କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ଗତକାଲି ନିବେଦନ କରିଥିଲା।

ଏହାପରେ କୋର୍ଟ ଚିଦାମ୍ବରମଙ୍କୁ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ଗତକାଲି ଚିଦା ସେଠାରେ ପହଞ୍ଚିବା ପରେ ତାଙ୍କୁ ସେଲ ନଂ ୭କୁ ନିଆଯାଇଥିଲା। ଏହି ଜେଲ ନଂ ୭ରେ ହିଁ ସେ ୧୯ ଯାଏ ରହିବେ।

By amfnews

Related Post