Thu. Jun 11th, 2026
158 Views

ମୁନିଗୁଡ଼ା : ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ହନୁମନ୍ତପୁର ପଞ୍ଚାୟତର ଉହାପୁଚି ଗାଁରେ। ମୃତକଙ୍କ ନାଁ ଲଙ୍ଗେସା ହିକବାଡ଼ିକା। ଅଭିଯୁକ୍ତର ନାଁ ବଦ ହିକବାଡ଼ିକା।

ସୂଚନା ଅନୁଯାୟୀ, ଜାନୁଆରୀ ୧୦ ତାରିଖରେ ପାରିବାରିକ କଳହକୁ ନେଇ ଲଙ୍ଗେସା ଓ ବଦଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ନିକଟରେ ପଡ଼ିଥିବା ଏକ ଠେଙ୍ଗାରେ ଲଙ୍ଗେସାଙ୍କୁ ଆକ୍ରମଣ କରିଥିଲେ ବଦ। ସେ ତାଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଲଙ୍ଗେସାଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏଥିସହ ଏକ ହତ୍ୟା ମାମଲା ରୁଜୁ କରି ଗତକାଲି ବଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସୂଚନାଯୋଗ୍ୟ, ଗତକାଲି କନ୍ଧମାଳ ଜିଲ୍ଲା ବେଳଘର ଥାନା ଅଞ୍ଚଳରେ ନିଶାଗ୍ରସ୍ତ ପୁଅର କାଠ ଫାଳିଆ ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

By amfnews

Related Post