Tue. Jun 16th, 2026

ପୁଅବୋହୂଙ୍କ ମାଡ଼ରେ ବୃଦ୍ଧ ଗୁରୁତର

245 Views

ଆନନ୍ଦପୁର  :  ପୁଅବୋହୂଙ୍କ ମାଡ଼ରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଘଷିପୁରା ଗାଁରେ। ଆହତ ବୃଦ୍ଧଙ୍କ ନାଁ  ବଳରାମ ସାହୁ (୬୦)। ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବଳରାମଙ୍କ ତିନି ପୁଅ ଅଛନ୍ତି। ହେଲେ ଦୀର୍ଘ ଦିନ ହେବ ସେମାନଙ୍କ ମଧ୍ୟରେ ଘର ଭଡ଼ା ଟଙ୍କାକୁ ନେଇ ଝଗଡ଼ା ଲାଗି ରହୁଥିଲା।  ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା।  ହେଲେ ପରେ ସମସ୍ତଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ଘଟଣାର ସମାଧାନ ହୋଇଥିଲା। ତେବେ ଆଜି ସକାଳେ ବଳରାମ ଘର ଭିତରେ ଥିବା ବେଳେ ତାଙ୍କ ମଝିଆ ପୁଅ ଭୀମ ଓ ବୋହୂ ତିଳୋତ୍ତମା ତାଙ୍କୁ ଘରୁ ଘୋଷାରି ଆଣିଥିଲେ। ପରେ ବୋହୂ ଏକ ବାଉଁଶରେ ବଳରାମଙ୍କ ମୁଣ୍ଡକୁ ଜୋରରେ ବାଡ଼େଇଥିଲେ। ଫଳରେ ତାଙ୍କ ମୁଣ୍ଡଫାଟି ଯାଇଛି। ବଳରାମଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ବଡ଼ ପୁଅ ମୁରଲୀ ସାହୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

By amfnews

Related Post