Fri. Jul 3rd, 2026

ପୁଅକୁ ଗୁଳି କରି ହତ୍ୟା କଲେ ସିଆରପିଏଫ୍‌ ପିତା

267 Views

ରାଞ୍ଚି: ସମୟ ସମୟରେ ଏମିତି କିଛି ଘଟଣା ସାମ୍ନାକୁ ଆସେ, ଯାହାକୁ ବିଶ୍ୱାସ କରି ହୁଏ ନାହିଁ। ସାମାନ୍ୟ ଯୁକ୍ତିତର୍କରୁ ଏଭଳି କରୁଣ ପରିଣତି ହେବ ତାହା କେହି ବିଶ୍ୱାସ ବି କରି ପାରି ନଥିଲେ। କେହି ପୁଅ କ’ଣ କେବେ ଭାବି ପାରେ ତାର ପିତା ତାର ହତ୍ୟାକାରୀ ସାଜିବେ ବୋଲି ! ତେବେ ଏଭଳି ଏକ ଘଟଣା ବାସ୍ତବରେ ଘଟିଛି, ଜଣେ ଅବସରପ୍ରାପ୍ତ ସିଆରପିଏଫ ଯବାନ ତାଙ୍କ ସର୍ଭିସ ରାଇଫଲରୁ ପୁଅକୁ ଗୁଳିକରି ହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ, ଏଭଳି ଏକ ଅଭାବନୀୟ ଘଟଣା ରାଞ୍ଚିର ଗୋଣ୍ଡା ଅଞ୍ଚଳରେ ଘଟିଛି। ଅଭିଯୁକ୍ତ ସିଆରପିଏଫ ଯବାନ ରାକେଶ ରାୱତଙ୍କୁ ପୁଲିସ ପୁଅକୁ ହତ୍ୟା କରିଥିବା ଘଟଣାରେ ଗିରଫ ବି କରି ନେଇଛି। ସିଆରପିଏଫ ଯବାନ ରାକେଶ ତାଙ୍କ ୨୯ ବର୍ଷୀୟ ପୁଅ ରାହୁଲକୁ ଗୁଳିକରି ହତ୍ୟା କରିଛନ୍ତି। ରାହୁଲକୁ ଲହୁଲୁହାଣ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଉଥିବା ରାସ୍ତାରେ ତାର ପ୍ରାଣବାୟୁ ଉଡି ଯାଇଥିଲା।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଦୀର୍ଘଦିନରୁ ଉଭୟ ବାପା-ପୁଅଙ୍କ ମଧ୍ୟରେ ବଚସା ଲାଗି ରହିଥିଲା। ରାହୁଲ ବାପାଙ୍କ ଏଭଳି ସ୍ୱଭାବରେ ବିରକ୍ତ ହୋଇ ଅନ୍ୟତ୍ର ରହୁଥିଲେ। ତେବେ କିଛି ଦିନ ପୂର୍ବରୁ ସେ ନିଜ ଘରକୁ ଫେରିଥିଲେ। ସୋମବାର ସକାଳୁ ଉଭୟ ବାପା-ପୁଅଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ ପୁଣି ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଥିଲା। ଏହି ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ ଶେଷରେ ବାପା ପୁଅକୁ ଗୁଳି କରିବା ପାଇଁ ନିଷ୍ପତ୍ତି ନେଇ ଆଗ ପଛ କିଛି ନଭାବି ବନ୍ଧୁକରୁ ଗୁଳି ପୁଅ ଉପରକୁ ଫୁଟାଇ ଦେଇଥିଲେ ଓ ସବୁଦିନ ପାଇଁ ପୁଅର ହତ୍ୟାକାରୀ ସାଜି ଯାଇଥିଲେ।

By amfnews

Related Post