Sun. Aug 2nd, 2026

ପିସ୍ତଲ ଦେଖାଇ ଲୁଟିନେଲେ ୧୯ ଲକ୍ଷ

275 Views

ଦେଓଗାଁ    :     ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଡାକବଙ୍ଗଳା-କୁତୁର୍ଲ୍ଲା ରାସ୍ତାରେ ସାରସବାହାଲ ଗାଁର ବନ୍ଧ ପାଖରେ ବଡ଼ବନ୍ଧ ଆନ୍ଧ୍ରବ୍ୟାଙ୍କର କ୍ୟାସିଅରଙ୍କ ଗାଡ଼ିକୁ ଆକ୍ରମଣ କରିବା ସହ ପିସ୍ତଲ ଦେଖାଇ ଦେଖାଇ ୧୯ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ତୁଷୁରା ଥାନା ଅନ୍ତର୍ଗତ ବଡ଼ବନ୍ଧ ଆନ୍ଧ୍ରାବ୍ୟାଙ୍କ ଶାଖାର କ୍ୟାସିଅର ମୋତିଲାଲ ନାଗ ଓ ପିଅନ ଗାନ୍ଧୀ ମଣ୍ଡଲ ଏକ ଓମିନି ମାରୁତି ଭ୍ୟାନ (ଓଆର୍‌ ୦୫ଏସ୍‌ ୯୯୪୯)ରେ ତୁୁଷୁରା ଆନ୍ଧ୍ରବ୍ୟାଙ୍କ ଶାଖାରୁ ୧୯ ଲକ୍ଷ ଟଙ୍କା ଧରି ଆସୁଥିଲେ। ଜାତୀୟ ରାଜପଥ ନଂ ୨୬ ଠାରୁ ୨ କିଲୋମିଟର ଦୂରରେ ଥିବା ସାରସବାହାଲ ଗାଁ ମୁଣ୍ଡରେ କୁତୁର୍ଲ୍ଲା ଗାଁ ପଟୁ ଆସୁଥିବା ଏକ ପଲସର୍‌ ଗାଡ଼ିରେ ୩ ଜଣ ଯୁବକ ପ୍ରଥମେ ଗାଡ଼ିର ଆଗ ପଟରୁ ଏକ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ଗାଡ଼ି ଚାଳକ ଘନଶ୍ୟାମ ଘଡ଼ାଇ (୨୭) ଆହତ ହୋଇଥିଲେ। ଗାଡ଼ି ଅଟକି ଯିବାରୁ କ୍ୟାସିଅରଙ୍କୁ ପିସ୍ତଲ ଦେଖାଇ ଗାଡ଼ିରେ ଥିବା ଟଙ୍କା ବାକ୍ସକୁ ନେଇ ଫେରାର୍‌ ହୋଇଯାଇଥିଲେ। ସ୍ଥାନୀୟ ଲୋକ ଡ୍ରାଇଭଙ୍କୁ ଉଦ୍ଧାର କରି ବଲାଙ୍ଗୀର ଡାକ୍ତରଖାନାକୁ ପଠାଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

By amfnews

Related Post