Sat. Aug 1st, 2026

ପିସିଆର୍ ହାବୁଡ଼ରେ ୨ ଏଟିଏମ୍ ଲୁଟେରା

243 Views

ଖଣ୍ଡଗିରି, ନଭେମ୍ବର ୨୪: ଶୁକ୍ରବାର ବିଳମ୍ବିତ ରାତିରେ ପିସିଆର୍ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଛନ୍ତି ୨ କୁଖ୍ୟାତ୍ ଏଟିଏମ୍ ଲୁଟେରା। ସେମାନେ ହେଲେ ପାଇକନଗର ଅଞ୍ଚଳର ସାଗର ଓ ରୂପକ। ଉଭୟ ଡେଲ୍‌ଟା ଛକସ୍ଥିତ ଏକ ଏଟିଏମ୍‌ରୁ ଲୁଟ୍ କରିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରି ନୂଆପଲ୍ଲୀ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ରାତି ପ୍ରାୟ ୧୨ଟାବେଳେ ପୁଲିସ ଖବର ପାଇଥିଲା ଯେ, ଡେଲ୍‌ଟା ଛକସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହେଉଛି। ଖବର ପାଇ ଖଣ୍ଡଗିରି ଥାନା ପିସିଆର୍ ୧୫ ଓ ନୂଆପଲ୍ଲୀ ଥାନା ପିସିଆର୍ ୧୯ ଘଟଣାସ୍ଥଳକୁ ଛୁଟିଥିଲା। ସେତେବେଳକୁ ଲୁଟେରାଦ୍ୱୟ ଏକ କଟର୍ ମେସିନ୍ ସାହାଯ୍ୟରେ ଏଟିଏମ୍ କାଟିବାକୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ। କିଛି ଦୂରରେ ପିସିଆର୍ ଭ୍ୟାନ୍‌କୁ ରଖି ପୁଲିସ ସେମାନଙ୍କୁ ଘେରି ଯାଇଥିଲେ ବି ସେମାନେ ଟେର୍ ପାଇ ନଥିଲେ। ଫଳରେ ଅତି ସହଜରେ ପିସିଆର୍ କର୍ମଚାରୀମାନେ ସେମାନଙ୍କୁ କାବୁ କରିନେଇଥିଲେ

By amfnews

Related Post