Mon. Sep 7th, 2026

ପିଲା ଜନ୍ମ ନ କରିବାରୁ ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲଙ୍କାଗୁଣ୍ଡ ପୂରାଇଲେ ସ୍ୱାମୀ; ଶଶୁରଘର ଲୋକଙ୍କ ନାମରେ ମାମଲା ରୁଜୁ

347 Views

ଲକ୍ଷ୍ନୌ: ଉତ୍ତରପ୍ରଦେଶରୀ ଉନ୍ନାଓ ଜିଲ୍ଳାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ସନ୍ତାନ ଜନ୍ମ ଦେବାକୁ ଅସମର୍ଥ ଥିବାରୁ ତାଙ୍କ ସ୍ୱାମୀ ଏବଂ ଶଶୁରଘର ଲୋକ ମିଶି ତାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲଙ୍କାଗୁଣ୍ଡ ପୂରାଇବା ପରି ଘୃଣ୍ୟ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ପିଲାଟିଏ ଜନ୍ମ ନ କରିପାରୁଥିବା କାରଣରୁ ମହିଳା ଜଣକ ଅନେକ ଦିନ ହେବ ତାଙ୍କ ସ୍ୱାମୀ ଏବଂ ଶଶୁରଘର ଲୋକଙ୍କଠାରୁ ମାଡ଼ଗାଳି ମଧ୍ୟ ସହି ଆସୁଥିଲେ। ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗରେ ଲଙ୍କାଗୁଣ୍ଡ ପୂରାଇବା ପୂର୍ବରୁ ତାଙ୍କ ସ୍ୱାମୀ ତାଙ୍କ ଶରୀରରୁ କପଡ଼ା ଖୋଲି ବାଡ଼େଇଥିବା ବି ସୂଚନା ରହିଛି।

ଗଣାମଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମହିଳା ଜଣକ ଲାଜ ଢ଼ାଙ୍କିବା ପାଇଁ ଶରୀରରେ ଖବରକାଗଜ ଗୁଡ଼ାଇ ବସିଥିଲେ। ଯାହା ବି ହେଉ, ମହିଳା ଜଣକ ସେହି ସମୟରେ କଳେବଳେକୌଶଳେ ନିଜକୁ ବଞ୍ଚାଇ ଯାଇ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିଥିଲେ। ପୁଲିସ୍‌ ତାଙ୍କୁ ନେଇ ତାଙ୍କ ଘରେ ପହଞ୍ଚାଇଥିଲା। ମହିଳା ଜଣକ ନିଜ ବାପା ଘରେ ପହଞ୍ଚି ସାରି ପରେ ଆପି ପୁଲିସ୍‌ ନିଜ ସ୍ୱାମୀଙ୍କ ସମେତ ଶଶୁରଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

By amfnews

Related Post