Mon. Oct 12th, 2026

ପାରିବାରିକ କଳହ ଯୋଗୁଁ ବେକରେ ଶାଢ଼ି ଲଗାଇ ଜୀବନ ହାରିଲେ ବିବାହିତ ଯୁବକ

241 Views

କଣ୍ଟାବାଞ୍ଝି: ଶନିବାର ଅପରାହ୍ଣରେ କଣ୍ଟାବାଞ୍ଝି ଥାନା ଅଣ୍ଡାଲପୁରୀ ଗାଁରେ ଜଣେ ବିବାହିତ ବ୍ୟକ୍ତି ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି।
୨୬ ବର୍ଷିୟ ମୃତ ଯୁବକ ହେଲେ ମୁକୁନ୍ଦ ବାଗ।

ସେ ମହୁବାହାଲି ଗ୍ରାମର ଜଣେ ଯୁବତୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ପରେ ଧାମନଡଙ୍ଗା ଗ୍ରାମର ଅନ୍ୟ ଜାତିର ଜଣେ ଯୁବତୀଙ୍କୁ ପ୍ରେମ କରି ଘରକୁ ଆଣିଥିଲେ। ଏଥିଯୋଗୁଁ ଘରେ ବିଶୃଙ୍ଖଳା ଘଟି ବରାବର କଳହ ଲାଗୁଥିଲା।

ମୁକୁନ୍ଦ ଘରକୁ ଆଣିଥିବା ଯୁବତୀଟି ଦୁଇ ଦିନ ହେବ କୁଆଡ଼େ ଚାଲିଯାଇଥିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।

ଗତରାତିରେ ମୁକୁନ୍ଦ ଘରେ ଏକାକୀ ଥିବା ବେଳେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ହାତରେ ଗୋଟାଏ କଟା ଦାଗ ବି ଅଛି। ନିଜେ ନିଜର ହାତକୁ କାଟିବା ପରେ ସେ ଆତ୍ମହତ୍ୟା କରିଥିବା କଥା ପୁଲିସ ଅନୁମାନ କରୁଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଝି ଡାକ୍ତରଖାନାକୁ ପଠାଇବା ସହ ଘଟଣା ତଦନ୍ତ ଆରମ୍ଭ କରିଛି।

By amfnews

Related Post