Thu. Jul 2nd, 2026

ପାରିବାରିକ କଳହର କରୁଣ ପରିଣତି; ସ୍ୱାମୀ ମୃତ, ଜୀବନ ସହ ସଂଗ୍ରାମ କରୁଛି ସ୍ତ୍ରୀ

320 Views

ପାଟଣାଗଡ଼  : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମୃତକଙ୍କ ନାଁ ଦୁର୍ଯ୍ୟୋଧନ ବଡ଼ିଆ। ଗୁରୁତର ମହିଳାଙ୍କ ନାଁ କିଶୋରୀ ବଡ଼ିଆ।

ଗତକାଲି ବିଳମ୍ୱିତ ରାତିରେ ଦୁର୍ଯ୍ୟୋଧନ ଓ ତାଙ୍କ ସ୍ତ୍ରୀ କିଶୋରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଘରେ ଝଗଡ଼ା ଲାଗିଥିଲେ। ଏହି ସମୟରେ ସେମାନଙ୍କ ଦୁଇ ପିଲା ବଡ଼ ପାଟିରେ ଚିତ୍କାର କରିଥିଲେ। ଏହା ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ଘର କବାଟ ଖୋଲି ଦେଖିଲା ବେଳକୁ କିଶୋରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ  ଓ ଦୁର୍ଯ୍ୟୋଧନ ମଧ୍ୟ ଅଚେତ ହୋଇ ପଡ଼ିଥିଲେ।

ଦୁହିଁଙ୍କୁ ସଙ୍ଗେସଙ୍ଗେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁର୍ଯ୍ୟୋଧନଙ୍କୁ  ମୃତ ଘୋଷଣା କରିଥିଲେ। ତେବେ କିଶୋରୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଖବର ଲେଖାଯିବା ସୁଦ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ। ଏହି କଳହର କାରଣ ଜଣା ପଡିପାରି ନାହିଁ।

 

By amfnews

Related Post