Fri. Jul 3rd, 2026

ପାରାଦୀପଠାରୁ ୩୫୦ କିମି ଦୂରରେ ‘ବୁଲବୁଲ’ କେନ୍ଦ୍ରୀଭୂତ , ୭୦-୯୦ କିମି ବେଗରେ ପବନ ବହିବାର ଆଶଙ୍କା

182 Views

ଭୁବନେଶ୍ବର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଲା ‘ବୁଲବୁଲ’ | ତାଜା ସୂଚନା ଅନୁଯାୟୀ ଏବେ ପାରାଦୀପଠାରୁ ୩୫୦ କିମି ଦୂରରେ ‘ବୁଲବୁଲ’ କେନ୍ଦ୍ରୀଭୂତ ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଆଜି ଭୁବନେଶ୍ବରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୦ କିମି ବେଗରେ ବାଂଲାଦେଶ ଓ ପଶ୍ଚିମବଙ୍ଗକୁ ମୁହାଁଇଛି ବାତ୍ୟା। ଏହାଫଳରେ ଆଜିଠୁ ୯ ତାରିଖ ଯାଏ ୮ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି |

ଆଜି ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁରରେ ବର୍ଷା ଆଶଙ୍କାହେବାର ଆଶଙ୍କା ରହିଛି | ଆସନ୍ତାକାଲି ୭ଟି ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର , ମୟୂରଭଞ୍ଜ, କଟକ ଓ ଯାଜପୁରରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର | ଆଜି ୬ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ପୁରୀ ଓ ଗଞ୍ଜାମରେ ୪୫ରୁ ୬୫ କିମି ବେଗରେ ପବନ ବହିପାରେ ଏବଂ ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ୭୦-୯୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଏଥିଲାଗି ସେ ଜିଲ୍ଲାପାଳମାନଙ୍କ ସହ କଥା ହୋଇଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ସେ।ତେଣୁ ଏହି ସବୁ ଜିଲ୍ଲାରେ ୯ ତାରିଖରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ୬ଟି ଜିଲ୍ଲାକୁ ୨ଟି ଲେଖାଏଁ ଓଡରାଫ ଟିମ୍ ପଠାଯାଇଛି । ୯ ଜିଲ୍ଲାକୁ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ୍ ପଠାଯାଇଛି ବୋଲି ସେ କହିଛନ୍ତି।

By amfnews

Related Post