Sat. Jul 25th, 2026

ପାରଳାଖେମୁଣ୍ଡିରେ କୋଭିଡ୍ ହସ୍ପିଟାଲ

190 Views

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିରେ କରୋନା ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ଏହି ହସ୍ପିଟାଲ ଆରମ୍ଭ ହୋଇଛି। ଆଜି ଗଜପତି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଏହି ହସ୍‌ପିଟାଲଟି ଗଜପତି ଜିଲ୍ଲାବାସୀ ପାଇଁ ଉତ୍ସର୍ଗିତ କରାଯାଇଛି। ଏହା ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ ଭୁବନେଶ୍ୱର ଦ୍ୱାରା ପରିଚାଳିତ ହେବ। ଏଥିନିମନ୍ତେ ସମସ୍ତ ଆର୍ଥିକ ସହାୟତା odisha Hydro power corporation Ltd(OHPC) ଦ୍ୱାରା ମିଳିବ।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ଏହି ହସ୍‌ପିଟାଲରେ ୧୧୦ଟି ଶଯ୍ୟା ରହିଛି। ସେଥିମଧ୍ୟରୁ ୧୦ଟି ଆୟସିୟୁର ବ୍ୟବସ୍ଥା କରାଯାଇଛି।  କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଏଠାରେ  ଚିକିତ୍ସା କରାଯିବ।

By amfnews

Related Post