Fri. Oct 16th, 2026

ପାରମାଣବିକ ପ୍ଲାଣ୍ଟ୍‌ ତାଲିକା ଆଦାନପ୍ରଦାନ କଲେ ଭାରତ ଓ ପାକିସ୍ତାନ

279 Views

ନୂଆଦିଲ୍ଳୀ, ଜାନୁୟାରୀ ୦୨ : ୧୯୮୮ରେ ସ୍ୱାକ୍ଷରିତ ଚୁକ୍ତି ଅନୁସାରେ, ମଙ୍ଗଳବାର ଦିନ ଭାରତ ଓ ପାକିସ୍ତାନ ପରସ୍ପର ସହ ସେମାନଙ୍କର ପାରମାଣବିକ ପ୍ଲାଣ୍ଟ୍‌ ତାଲିକା ଆଦାନ ପ୍ରଦାନ କରିଛନ୍ତି।

ଏକ ବିବୃତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି: ଆଜି ଭାରତ ଓ ପାକିସ୍ତାନ ପରସ୍ପର ସହ ଏକ ସମୟରେ କୂଟନୀତିଜ୍ଞଙ୍କ ଜରିଆରେ ସେମାନଙ୍କର ପାରମାଣବିକ ପ୍ଲାଣ୍ଟ୍‌ଗୁଡ଼ିକର ତାଲିକା ଆଦାନପ୍ରଦାନ କରିଛନ୍ତି। ଏହି ପ୍ଲାଣ୍ଟ୍‌ ସବୁ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ଏଗ୍ରିମେଣ୍ଟ୍‌ ଅନ୍‌ ଦି ପ୍ରହିବିସନ୍‌ ଅଫ୍‌ ଆଟାକ୍‌ ଏଗ୍‌ନଷ୍ଟ୍‍ ନ୍ୟୁକ୍ଲିଅର୍‌ ଇନ୍‌ଷ୍ଟାଲେସନ୍ସ ଅଧୀନରେ ଆସୁଛି।

୧୯୮୮ ମସିହା ଡିସେମ୍ବର ୩୧ ତାରିଖ ଦିନ ସ୍ୱାକ୍ଷରିତ ଏହି ରାଜିନାମା ୨୭ ଜାନୁଆରି ୧୯୯୧ରେ କାର୍ଯ୍ୟକାରୀ ହୋଇଥିଲା। ପ୍ରତି ଜାନୁଆରି ପହିଲା ଉଭୟ ଦେଶ ପରସ୍ପରକୁ ସେମାନଙ୍କର ପାରମାଣବିକ ପ୍ଲାଣ୍ଟ୍‌ ବିଷୟରେ ସୂଚନା ଦେବେ।

ଦକ୍ଷିଣ ଏସିଆରର ଦୁଇ ପାରମାଣବିକ ଶକ୍ତି ମଧ୍ୟରେ ଏହା ହେଉଛି ତାଲିକାର ୨୮ତମ ଆଦାନ ପ୍ରଦାନ। ପ୍ରଥମ ବିନିମୟ ହୋଇଥିଲା ୧୯୯୨ ଜାନୁଆରି ପହିଲା ଦିନ।

By amfnews

Related Post