Sat. Oct 3rd, 2026

ପାପଡ଼ାହାଣ୍ଡି: ଆନ୍ଧ୍ର ବ୍ୟାଙ୍କ୍‌ ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରି ଉଦ୍ୟମ

315 Views

ନବରଙ୍ଗପୁର: ଶୁକ୍ରବାର ରାତିରେ ପାପଡ଼ାହାଣ୍ଡି ଗାଁ ମଝି ଦେଇ ଭବାନୀପାଟଣାକୁ ପଡ଼ିଥିବା ରାସ୍ତା ପାଖରେ ଆନ୍ଧ୍ର ବ୍ୟାଙ୍କ୍‌ର ଗୋଟାଏ ଏଟିଏମ୍‌ କିଓସ୍କର ସଟର୍‌ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି।

ଆଜି ସକାଳୁ ସ୍ଥାନୀୟ ଲୋକେ ଏଟିଏମ୍‌ର ସଟର୍‌ ତଡ଼ା ଯାଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ପପଡ଼ାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍‌ର ଚେସିସ୍‌ ମଧ୍ୟ କାଟି ପକାଇଛନ୍ତି, କିନ୍ତୁ ଟଙ୍କା ନେଇ ପାରି ନାହାନ୍ତି।
ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ପୁଲିସ କାଢ଼ି ନେଇଛି। ଏଟିଏମ୍‌ ନିକଟରେ ଥିବା ଗୋଟାଏ ଲୁଗା ଦୋକାନର ସଟର୍‌ ତାଲାକୁ ମଧ୍ୟ ଚୋରମାନେ ଭାଙ୍ଗି ପକାଇଛନ୍ତି।

By amfnews

Related Post