Wed. Aug 12th, 2026

ପାନପୋଷ ସାଙ୍ଗଠନିକ ଜିଲାର ସମସ୍ତ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନାମ ଘୋଷଣା କଲେ ଜିଲା ସଭାନେତ୍ରୀ

459 Views

ରାଉରକେଲା, ୧୪/୭ : ମହିଳା ମୋର୍ଚ୍ଚାକୁ ସୁଦୃଢ ଓ ସକ୍ରିୟ କରିବା ସହ ତୃଣମୂଳ ସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବା ପାଇଁ ପାନପୋଷ ସାଙ୍ଗଠନିକ ଜିଲାର ସମସ୍ତ ୧୯ଟି ମଣ୍ଡଳ ମହିଳା ସଭାନେତ୍ରୀଙ୍କ ନାମକୁ ବିଜେପି ପାନପୋଷ ସାଙ୍ଗଠନିକ ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ଅନୁମୋଦନକ୍ରମେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଲତିକା ପଟ୍ଟନାୟକ ଘୋଷଣା କରିଛନ୍ତି ।

୧୯ଟି ମଣ୍ଡଳର ମହିଳା ସଭାନେତ୍ରୀଙ୍କ ମଧ୍ୟରେ ଷ୍ଟିଲ୍ ଟାଉନସିପ୍ (ପୂର୍ବ)ର ସୁନୀତା ମୋହିନୀ, ପଶ୍ଚିମର ତିଳୋତ୍ତମା ପୁରଣ, ରାଉରକେଲା ମିଡ୍ ଟାଉନର ଅଞ୍ଜଳି ମହାରଣା, ରାଉରକେଲା ସିଭିଲ ଟାଉନସିପ୍ର କାନ୍ତିପ୍ରିୟା ମହାରଣା, ବାସନ୍ତୀ କଲୋନୀର ସଂଯୁକ୍ତା ମିଶ୍ର, ଛେଣ୍ଡ କଲୋନୀର ଯୋଛନା ସାମଲ, କୋଏଲନଗରର ନିର୍ମଳା ବେହେରା, ବନ୍ଧମୁଣ୍ଡାର ପ୍ରଜ୍ଞା ସୁନା, ଲାଠିକଟା (କ)ର ସୁକୁଣ କିସାନ, ଲାଠିକଟା (ଖ)ର ପାୱେଲ ଏକ୍କା, ଲାଠିକଟା (ଗ)ର ପିଙ୍ଗଳା ସିଂ, ଫର୍ଟିଲାଇଜର ଟାଉନସିପ୍ର ସଙ୍ଗୀତା କୁମାର, ବୀରମିତ୍ରପୁରର ଲକ୍ଷ୍ମୀ ପ୍ରସାଦ, ନୂଆଗାଁ (କ)ର କାନ୍ତିଲତା ଗଞ୍ଜୁ, ନୂଆଗାଁ (ଖ)ର ସଙ୍ଗୀତା କଚୁଆ, ବିଶ୍ରା (କ)ର ସୁମିତ୍ରା ଲୋହାର, ବିଶ୍ରା (ଖ)ର ମିଶା ମାହାତୋ, କୁଆଁରମୁଣ୍ଡା (କ)ର ସମ୍ପତି ବଡାଇକ ଓ କୁଆଁରମୁଣ୍ଡା (ଖ)ର ସରିତା ବିଶ୍ୱାଳଙ୍କ ନାମ ସ୍ଥାନ ପାଇଛି ।

ତେବେ ନୂତନ ଭାବେ ନିଯୁକ୍ତ ହୋଇଥିବା ମଣ୍ଡଳ ସଭାନେତ୍ରୀମାନେ ଦାୟିତ୍ୱ ଗ୍ରହଣ ସହ ମଣ୍ଡଳ ମହିଳା ମୋର୍ଚ୍ଚା କମିଟି ଗଠନ କରି ଏହାର ତାଲିକା ଜିଲା କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାଗୁଡିକୁ ସମାଜର ସବୁବର୍ଗର ଲୋକଙ୍କ ନିକଟରେ କିପରି ପହଞ୍ଚାଯାଇପାରିବ ଏବଂ ଜନସାଧାରଣରେ ବହୁବିଧ ସମସ୍ୟାଗୁଡିକର ସମାଧାନ ପାଇଁ ଜନଆନ୍ଦୋଳନ ସହ ଜନତାଙ୍କ ସେବା କରିପାରିବେ ବୋଲି ବିଜେପି ଜିଲା ମହିଳା ସଭାନେତ୍ରୀ ଦୃଢ ଆଶା ପୋଷଣ କରିଛନ୍ତି ।

Related Post