Fri. Jul 31st, 2026

ପାତ୍ରପଡ଼ାରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୪୨ ବଖରା

314 Views

ଛେଣ୍ଡିପଦା : ଛେଣ୍ଡିପଦା ବ୍ଲକ୍ ପାତ୍ରପଡ଼ା ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ବଖରା ଚାଳ ଘର ପୋଡ଼ିଯାଇଛି। ଏଥିରେ ୨୦ଟି ପରିବାର ସର୍ବସ୍ବାନ୍ତ ହୋଇ ଖୋଲା ଆକାଶ ତଳେ ମୁଣ୍ଡ ଗୁଂଜିଛନ୍ତି। ସୂଚନା ଅନୁସାରେ, ଆଜି ପୂର୍ବାହ୍ଣ ପ୍ରାୟ ସାଢେ ୧୦ ଟାରେ ଗ୍ରାମର ପ୍ରତିମା ବେହେରାଙ୍କ ରୋଷେଇ ଘରୁ ନିଆଁ ହଠାତ୍ ଚାଳକୁ ଉଠିଥିଲା । ପରେ ଏହି ନିଆଁ ପଡ଼ୋଶୀଙ୍କ ଘରକୁ ବ୍ୟାପି ଯାଇଥିଲା। ଏହି ଭୟାବହ ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଅସବାବପତ୍ର, ଧାନ ଚାଉଳ, ଲୁଗାପଟା, ଜମିପଟ୍ଟା, ଭୋଟର ପରିଚୟପତ୍ର ଓ ଆଧାରକାର୍ଡ ଭଳି ମୂଲ୍ୟବାନ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ଛେଣ୍ଡିପଦା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ୩ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

By amfnews

Related Post