Fri. Sep 11th, 2026

ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ନବମ ରାଉଣ୍ଡ୍‌ରେ ବିଜେଡି ୫୩, ୭୩୨ ଭୋଟ୍‌ରେ ଆଗୁଆ

227 Views

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନର ନବମ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୧୪୦୭୭ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ୫୩୭୩୨ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ଯାଇଛି ୩୯୬୫୫ ଖଣ୍ଡ ଭୋଟ୍‌।

କଂଗ୍ରେସ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପାଇଛନ୍ତି ମାତ୍ର ୧୩୩୯ ଖଣ୍ଡ ଭୋଟ୍‌। ଅଷ୍ଟମ ରାଉଣ୍ଡ୍‌ରେ ମଧ୍ୟ ବିଜେଡି ପ୍ରାର୍ଥିନୀ ୧୩୬୮୧ ଖଣ୍ଡ ଭୋଟ୍‌ରେ ଆଗୁଆ ଥିଲେ। ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷରେ ବିଜେଡି ପ୍ରାର୍ଥିନୀ ଆଗୁଆ ଥିବାରୁ ଖବର ମିଳିଥିଲା।

By amfnews

Related Post