Fri. Aug 14th, 2026

ପାଟକୁରାରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ

228 Views

ଭୁବନେଶ୍ବର  : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁଯାୟୀ ପାଟକୁରାରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଛି। ଏହା ଆଗରୁ ସକାଳ ୯ଟା ଯାଏଁ ୧୨ ପ୍ରତିଶତ ମତଦାନ ହୋଇଥିବା କୁହାଯାଇଥିଲା।

ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ବର୍ଷା ହେଉଥିବା ବେଳେ ପାଟକୁରା ଉପନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବର୍ଷାରେ ଭିଜି ଭୋଟର ଭୋଟ୍ ଦେବାକୁ ପୁଲିଂ ବୁଥକୁ ଆସୁଥିବା ଦେଖିବାକୁ ମିଳିଛି । କାଁ ଭାଁ କେତେକ ସ୍ଥାନରେ ଯାନ୍ତ୍ରିକ ତ୍ରୁଟିରୁ ଇଭିଏମ୍ ଅଚଳ ଥିବା ଜଣାପଡିଥିଲା । ଏହାକୁ ସୁଧାରିବା ପରେ ବିଳମ୍ୱରେ କେତେକ ବୁଥରେ ମତଦାନ ଆରମ୍ଭ ହୋଇଛି । ତେବେ ବୁଥ ଗୁଡିକରେ ଭୋଟରଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି ।

ଖାସ୍ କରି ଯୁବ ଭୋଟରଙ୍କ ସହିତ ବରିଷ୍ଠ ନାଗରିକ ମଧ୍ୟ ମତଦାନ ପାଇଁ ପ୍ରବଳ ଆଗ୍ରହ ଦେଖାଇଛନ୍ତି । କିଛି ପୋଲିଂ ବୁଥରେ ଇଭିଏମରେ ସମସ୍ୟା କାରଣରୁ ମତଦାନ ବିଳମ୍ୱ ହୋଇଥିଲା । ପାଟକୁରାର ୨୮୬ ଓ ୨୯୭ ନମ୍ବର ବୁଥରେ ଇଭିଏମ୍ ତ୍ରୁଟି ସଜାଡିବା ପରେ ମତଦାନ ଆରମ୍ଭ ହୋଇଛି । ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଚାଲିବ ବୋଲି ଜଣାଯାଇଛି।

By amfnews

Related Post