Sat. Apr 25th, 2026

ପାକିସ୍ତାନ ସୈନିକଙ୍କ ମୁଣ୍ଡ ବି କଟୁଛି, କିନ୍ତୁ ପ୍ରଦର୍ଶିତ ହେଉ ନାହିଁ: ରକ୍ଷାମନ୍ତ୍ରୀ

264 Views

ନୂଆଦିଲ୍ଲୀ  : ୨୦୧୪ ମସିହା ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବା ବିଜେପି ଭାରତୀୟ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ ଯଦି ପାକିସ୍ତାନ ୨ ଜଣ ଭାରତୀୟ ଯବାନଙ୍କ ମୁଣ୍ଡକାଟ କରେ, ତେବେ ଭାରତ ୧୦ ଜଣ ପାକିସ୍ତାନୀ ସେନାଙ୍କ ମୁଣ୍ଡକାଟ କରିବ। ଏ ଦିଗରେ ଭାରତ କେତେ ଆଗେଇଛି ବୋଲି ଏକ ଟିଭି କାର୍ଯ୍ୟକ୍ରମରେ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପଚରାଯାଇଥିବା ଏହି ପ୍ରଶ୍ନର ଉତ୍ତରରେ ରକ୍ଷାମନ୍ତ୍ରୀ ଯେଉଁ ଉତ୍ତର ଦେଇଛନ୍ତି ତାହା ବେଶ୍‌ ରୋଚକ। ରକ୍ଷାମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ମୁଣ୍ଡକାଟ୍‌୍‌ ତ ହେଉଛି, କିନ୍ତୁ ଆମେ ତାହା ପ୍ରଦର୍ଶନ କରୁ ନାହୁଁ। ତେବେ ଭାରତୀୟ ସେନାର ସାମର୍ଥ୍ୟ ଓ ଶକ୍ତି ଉପରେ ପ୍ରଶ୍ନବାଚୀର ପ୍ରଶ୍ନ ଉଠୁନାହିଁ ବୋଲି ରକ୍ଷାମନ୍ତ୍ରୀ ସୀତାରମଣ ଏହି ଘରୋଇ ଟେଲିଭିଜନର ସାକ୍ଷାତକାରରେ କହିଛନ୍ତି।


ସୀତାରମଣ ଆହୁରି ପାଦେ ଆଗେଇ କହିଛନ୍ତି ଯେ ୨୦୧୬ ମସିହାରେ ଆମ ପଡୋଶୀ ଦେଶକୁ ସର୍ଜିକାଲ ଷ୍ଟଆିକ ଆକାରରେ ଏକ ଶିକ୍ଷା ଦେଇଛୁ। ସେହି ଦେଶରେ ଚାଲିଥିବା ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍‌ ଉପରେ ସର୍ଜିକାଲ ଷ୍ଟାଇକ କରି ଭାରତୀୟ ସେନା ନିଜର ର ସାମର୍ଥ୍ୟ ପ୍ରମାଣିତ କରିବା ସହିତ ପଡୋଣୀ ଦେଶକୁ ଏକ ଶିକ୍ଷା ଦେଇଛି। ସୀତାରମଣ ସ୍ପଷ୍ଟ ଭାବେ କହିଥିଲେ ଯେ ଭାରତରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କୁୁ ସୀମା ରେ ହିଁ ନିପାତ କରାଯିବ। ତେବେ ଭାରତୀୟ ସେନା ସମ୍ପର୍କରେ ସୀତାରମଣ କହିଥିଲେ ଯେ ସେ ଭାରତୀୟ ସେନାର ସଫଳତାର କାହାଣୀ ଏମିତି ସର୍ବସାଧାରଣରେ କହିବା ଉଚିତ ହେବ ନାହିଁ। ତେବେ ଏତିକି କୁହାଯାଇ ପାରିବ ଭାରତୀୟ ସେନା ଭଲ ଭାବେ ପ୍ରତି ଜବାବ ଦେଇ ଜାଣେ।ମୁଁ ଏହା ଅହଂକାରରରେ କହୁନାହିଁ, ଅତ୍ୟନ୍ତ ଦାୟିତ୍ୱଶୀଳଭାବେ କହୁଛି ଯେ ଭାରତୀୟ ସେନା ପ୍ରତିଜବାବ ଦେବାରେ ଯଥେଷ୍ଟ ସାମର୍ଥ୍ୟ ରଖିଛି।

By amfnews

Related Post