Fri. May 22nd, 2026

ପାକିସ୍ତାନ ସଂସଦରେ କଶ୍ମୀର ପ୍ରସଙ୍ଗ

210 Views

ଇସ୍‌ଲାମାବାଦ୍‌  : ଭାରତ ସରକାର ଦେଶର ଅଭିନ୍ନ ଅଙ୍ଗ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଏବେ ପାକିସ୍ତାନ ଜଳକା ହୋଇଯାଇଛି। ଜମ୍ମୁ-କଶ୍ମୀରର ଲୋକଙ୍କୁ ପୂର୍ବରୁ ଭାରତ ସରକାରଙ୍କ ବିରୋଧରେ ଉସକାଉଥିବା ପାକିସ୍ତାନ ଏବେ କ’ଣ କରିବ, ସେ ଚିନ୍ତାରେ ପଡ଼ିଛି।

ଭାରତର ଏଭଳି ନିଷ୍ପତ୍ତିକୁ ଗତକାଲି ବିରୋଧ କରୁଥିବା ପାକିସ୍ତାନ ଆଜି ଏହାକୁ ଦେଶର ସଂସଦରେ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପନ କରିଛି। ଭାରତ ସରକାର ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତୁରନ୍ତ ସୁରକ୍ଷା ବୈଠକ ଡାକିଥିଲେ।

ଏହି ବୈଠକରେ କଶ୍ମୀରକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଏହାପରେ ଏହି ପ୍ରସଙ୍ଗରେ ପାକିସ୍ତାନ ସଂସଦରେ ଉଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁସାରେ ଆଜି ବିରୋଧୀ ଦଳଗୁଡ଼ିକ ପାକିସ୍ତାନ ସଂସଦରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। କଶ୍ମୀର ପ୍ରସଙ୍ଗରେ ଇମ୍ରାନ୍‌ ସରକାରଙ୍କ ଆଭିମୁଖ୍ୟ କ’ଣ ସେ ବାବଦରେ ବିରୋଧୀ ଦଳଗୁଡ଼ିକ ଜାଣିବାକୁ ଚାହିଁଥିଲେ। ଏହା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆଜି ନିଜର ମତ ରଖିବେ ବୋଲି ଜଣାପଡ଼ିଛି।

By amfnews

Related Post