Sat. Sep 5th, 2026

ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଜେଲ୍ ଗଲେ ଯୁବତୀ

243 Views

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ରାଲିରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଯୁବତୀ ଅମୂଲ୍ୟ ଲିୟୋନାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ତାଙ୍କୁ ଗିରଫ କରି ବେଙ୍ଗାଲୁରୁର ଏକ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ଚଉଦ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି।

ଗୁରୁବାର ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ସିଏଏ ବିରୋଧୀ ରାଲି। ଓଓ୍ୱେସୀ ରାଲିକୁ ଉଦବୋଧନ ଦେଇ ପଳାଇ ଯାଉଥିବା ବେଳେ ହଠାତ ଯୁବତୀ ଜଣଙ୍କ ମଞ୍ଚ ଉପରକୁ ଉଠି ଆସି ପାକିସ୍ତାନ ଜିନ୍ଦାବାଦ ଓ ଭାରତ ଜିନ୍ଦାବାଦର ନାରା ଦେଇଥିଲେ। ଏହାପରେ ଓଓ୍ୱେସୀ ଫେରିଆସି ଯୁବତୀ ଧରିଥିବା ମାଇକକୁ ଛଡ଼ାଇବା ପାଇଁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା। ଏଭଳି ନାରାକୁ ଓଓ୍ନେସୀ ନାପସନ୍ଦ କରିଥିଲେ। ଯୁବତୀ ଜଣଙ୍କ ସହିତ ତାଙ୍କ ଦଳର କୌଣସି ଲିଙ୍କ ନାହିଁ ବୋଲି ମଧ୍ୟ ଓଓ୍ନେସୀ ସ୍ପଷ୍ଟ କରିଥିଲେ।

By amfnews

Related Post