Thu. May 14th, 2026

ପାକିସ୍ତାନ ଏବେ ମଧ୍ୟ ଶବ ଗଣୁଛି, ବିରୋଧୀ ପ୍ରମାଣ ଖୋଜୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

325 Views

ଭୁବନେଶ୍ୱର: ଶୁକ୍ରବାର ଦିନ କୋରାପୁଟରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ନିମନ୍ତେ ଭୋଟ୍‌ ନିବେଦନ କରିବା ସହ ବିରୋଧୀ ଦଳମାନଙ୍କୁ ସମାଲୋଚନା କରି ଗତ ମାସରେ ଭାରତୀୟ ବାୟୁସେନାର ବାଲାକୋଟ୍‌ ଆକ୍ରମଣ ଏବଂ ମିସନ୍‌ ଶକ୍ତିର ସଫଳତା କଥା କହିଛନ୍ତି।

ସେ କହିଛନ୍ତି, ମାସେ ବିତିଗଲାଣି, ତଥାପି ପାକିସ୍ତାନ ଶବ ଗଣୁଛି, କିନ୍ତୁ ଆମ ବିରୋଧୀମାନେ ବାଲାକୋଟ୍‌ ଆକ୍ରମଣର ପ୍ରମାଣ ଖୋଜୁଛନ୍ତି। ଭାରତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣପୂର୍ବକ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ବେଳେ ଏଠାରେ କେତେକ ପ୍ରମାଣ ମାଗୁଛନ୍ତି। ଯେଉଁମାନେ ଆମ ସେନା ଏବଂ ଓ ବୈଜ୍ଞାନିକମାନଙ୍କୁ ଅପମାନ ଦେଉଛନ୍ତି, ସେମାନଙ୍କୁ ଶିକ୍ଷା ଦେବା କ’ଣ ଅନୁଚିତ?

ବୁଧବାର ଦିନ ମିସନ୍‌ ଶକ୍ତି ଅଭିଯାନରେ ଡିଆର୍‌ଡିଓ ମହାଶୂନ୍ୟରେ ଗୋଟାଏ କୃତ୍ରିମ ଉପଗ୍ରହକୁ କ୍ଷେପଣାସ୍ତ୍ର ନିକ୍ଷେପକରି ଖସାଇ ଦେବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସଫଳତା ଯୋଗୁଁ ଭାରତ ଏଭଳି କ୍ଷମତାସମ୍ପନ୍ନ ସ୍ୱଳ୍ପ କେତୋଟି ଦେଶ ସହ ସମକକ୍ଷ ହୋଇ ପାରିଛି ବୋଲି ସେ କହିଛନ୍ତି। ଆମେ ଏବେ ମହାକାଶର ଚୌକିଦାର ମଧ୍ୟ ହୋଇ ପାରିଛୁ।

ଓଡ଼ିଶାର ଅବ୍‌ଦୁଲ୍‌ କଲାମ ଦ୍ୱୀପରୁ ‘ହିଟ୍‌ ଟୁ କିଲ୍‌’ ମୋଡ୍‌ରେ ଲୋ ଆର୍ଥ ଅର୍ବିଟ୍‌ରେ ପରିକ୍ରମା କରୁଥିବା ଏକ କୃତ୍ରିମ ଉପଗ୍ରହକୁ ଆଣ୍ଟି-ସାଟେଲାଇଟ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରି ଡିଆର୍‌ଡିଓର ବୈଜ୍ଞାନିକମାନେ ଖସାଇ ଦେଇଥିଲେ।

By amfnews

Related Post