Fri. Jul 24th, 2026

ପାକିସ୍ତାନକୁ କହିଲା ମାଳଦ୍ୱୀପ: କଶ୍ମୀର ଭାରତର ଅଭ୍ୟନ୍ତରୀଣ ବ୍ୟାପାର

223 Views

ମାଲେ  : ଶୁକ୍ରବାର ଦିନ କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରି ମାଳଦ୍ୱୀପ ପାକିସ୍ତାନକୁ କହିଛି ଯେ ଜମ୍ମୁ ଓ କଶ୍ମୀରରୁ ନୂଆଦିଲ୍ଲୀ ସ୍ୱତନ୍ତ୍ର ପାହ୍ୟା ଉଠାଇ ନେବା ନିଷ୍ପତ୍ତି ତା’ର ଅଭ୍ୟନ୍ତରୀଣ ବ୍ୟାପାର।

ଆମାୟିକଭାବେ ଉଭୟ ଦେଶ ସେମାନଙ୍କ ମତପାର୍ଥକ୍ୟର ସମାଧାନ କରିବାକୁ ମଧ୍ୟ ମାଳଦ୍ୱୀପ କହିଛି। ଏକ ବିବୃତିରେ ମାଳଦ୍ୱୀପର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ଶୁକ୍ରବାର ଅପରାହ୍ଣରେ ବୈଦେଶିକ ମନ୍ତ୍ରୀ ଅବ୍ଦୁଲ୍ଲା ଶାହିଦ ପାକିସ୍ତାନ ପ୍ରତିପକ୍ଷ ଶାହା ମହମୁଦ୍‌ କୁରେଶୀଙ୍କ ଠାରୁ ଫୋନ୍‌ କଲ୍‌ ପାଇଥିଲେ। ଜମ୍ମୁ ଓ କଶ୍ମୀର ସ୍ଥିତି ସଂକ୍ରାନ୍ତରେ କୁରେଶୀ ଶାହଦିଦ୍‌ଙ୍କୁ ଚୁମ୍ବକେ କହି ଭାରତ ସରକାର ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ସମ୍ବନ୍ଧରେ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ଜଣାଇଥିଲେ।

ଶାହିଦ କୁରେଶୀଙ୍କୁ କହିଲେ: ଉଭୟ ପାକିସ୍ତାନ ଏବଂ ଭାରତ ଅନ୍ତରଙ୍ଗ ବନ୍ଧୁ ଏବଂ ମାଳଦ୍ୱିପର ଦ୍ୱିପାକ୍ଷିକ ଅଂଶୀଦାର। ଦୁଇ ଦେଶ ଆପଣା ମଧ୍ୟରେ ଥିବା ମତପାର୍ଥକ୍ୟକୁ ଶାନ୍ତିପୂର୍ଣ୍ଣ ଆମାୟିକ ଭାବେ ସମାଧାନ କରନ୍ତୁ। ଶାହିଦ ମଧ୍ୟ କହିଥିଲେ ଯେ ଭାରତୀୟ ସମ୍ବିଧାନର ଧାରା ୩୭୦ ବିଷୟରେ ଭାରତ ନେଇଥିବା ନିଷ୍ପତ୍ତି ତା’ର ଅଭ୍ୟନ୍ତରୀଣ ବ୍ୟାପାର ବୋଲି ମାଳଦ୍ୱୀପ ବିଚାର କରେ। ସେ ଆହୁରି କହିଲେ ଯେ ମାଳଦ୍ୱୀପ ଓ ପାକିସ୍ତାନ ଘନିଷ୍ଠ ବନ୍ଧୁ ହୋଇ ରହିବେ ଏବଂ ସବୁ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ।

By amfnews

Related Post