Mon. Sep 21st, 2026

ପାଇକ ବିଦ୍ରୋହ ସ୍ମାରକୀ ଆଗାମୀ ପିଢ଼ି ଲାଗି ପ୍ରେରଣା ପ୍ରଦାନ କରିବ: ରାଷ୍ଟ୍ରପତି ରାମନାଥ କୋବିନ୍ଦ

216 Views

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଏହା ଆଗାମୀ ପିଢ଼ି ଲାଗି ପ୍ରେରଣା ପ୍ରଦାନ କରିବ। ସେ କହିଛନ୍ତି ଯେ ଏହା ପ୍ରତିଷ୍ଠିତ ହେବାପରେ ଏଠାକୁ ଆସି ପର୍ଯ୍ୟଟକମାନେ ପାଇକମାନଙ୍କ ବୀରଗାଥା ସଂପର୍କରେ ଜାଣିପାରିବେ।

ଏହି ପାଇକ ବିଦ୍ରୋହ ସ୍ମାରକୀର ପ୍ରତିଷ୍ଠା ଲାଗି ପ୍ରୟାସ ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ସେ ଏହି ଅବସରରେ ସ୍ବାଭିମାନୀ ପାଇକମାନଙ୍କର ବଳିଦାନ ଗାଥାର ସ୍ମରଣ କରିଛନ୍ତି। ସେ ପାଇକ ବିଦ୍ରୋହର ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ଓଡ଼ଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ଧର୍ମେନ୍ଦ୍ର ପ୍ରଧାନ,ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post