Fri. Jul 3rd, 2026

ପଶ୍ଚିମବଙ୍ଗ: ଉତ୍ତର ଚବିଶ ପ୍ରଗଣାରେ ଟିଏମ୍‌ସି-ବିଜେପି ସଂଘର୍ଷ; ୪ ମୃତ

220 Views

ସନ୍ଦେଶଖାଲି: ଶନିବାର ରାତିରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ନଜାତ ଅଞ୍ଚଳରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ସଂଘର୍ଷ ଘଟି ଅନ୍ୟୂନ ଚାରି ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ତିନି ଜଣ ଆହତ ହୋଇଥିବା କଥା ଉଭୟ ଦଳ ତରଫରୁ ଅଭିଯୋଗ ହୋଇଛି।

ମୃତ୍ୟୁ ସଂକ୍ରାନ୍ତରେ ପୁଲିସ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ ବି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳକୁ ବ୍ୟାପକ ପୁଲିସ ପଠାଯାଇଥିବା କଥା ସେମାନେ କହିଛନ୍ତି। ସେ ଅଞ୍ଚଳରୁ ଗୈରିକ ଦଳ ପତାକା କଢ଼ାଯିବା ଘଟଣାକୁ କେନ୍ଦ୍ର କରି ସଂଘର୍ଷ ହୋଇଥିବା କଥା ଟିଏମ୍‌ସି ଓ ବିଜେପି ଦାବି କରିଛନ୍ତି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ସାୟନ୍ତନ ବସୁ କହିଛନ୍ତି ଯେ ତୃଣମୂଳ କଂଗ୍ରେସର ସମର୍ଥକମାନେ ଆମ ପତାକା ଫିଙ୍ଗୁଥିବା ବେଳେ ଆମ କର୍ମୀମାନେ ବାଧା ଦେବାରୁ ସେମାନେ ତିନି ଜଣଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ନିହତ କର୍ମୀମାନେ ହେଲେ ସୁକାନ୍ତ ମଣ୍ଡଳ, ପ୍ରଦୀପ ମଣ୍ଡଳ ଏବଂ ଶଙ୍କର ମଣ୍ଡଳ। ଆମେ ସେ ତିନି ଜଣଙ୍କ ଶବ ଗ୍ରହଣ କରିଛୁ। ଆଉ ଦୁଇଜଣ ମଧ୍ୟ ମରିଥିବା ଶୁଣିଛୁ, କିନ୍ତୁ ଶବ ପାଇ ନାହୁଁ।ବରିଷ୍ଠ ବିଜେପି ନେତା ମୁକୁଳ ରାୟ କହିଛନ୍ତି ବଙ୍ଗରେ ବିଜେପି କର୍ମୀମାନଙ୍କ ବିରୋଧରେ ହିଂସାକାଣ୍ଡ ଭିଆଇବା ପାଇଁ ଏକମାତ୍ର ତୃଣମୂଳ କଂଗ୍ରେସ ଦାୟି ହୋଇଥିବାରୁ ଘଟଣା ସଂକ୍ରାନ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରାଯିବ। ତାଙ୍କ ସମର୍ଥକମାନଙ୍କ ମଧ୍ୟରୁ ଜଣକୁ ହତ୍ୟା କରାଯାଇଛି ବୋଲି ମଧ୍ୟ ଟିଏମ୍‌ସି ଦାବି କରିଛି।

By amfnews

Related Post